ଭାରତ ଏକମାତ୍ର ଦେଶ ବିନା ବିଶେଷଜ୍ଞରେ କୋଭିଡ ମୁକାବିଲା କରୁଛି: ରାହୁଲ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଅଣାୟତ୍ତ ହେବାରେ ଲାଗିଛି । ତେବେ ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ଚାରି ଲକ୍ଷରୁ ଅଧିକ ସଂକ୍ରମିତ କିଛି ଦିନ ପୂର୍ବରୁ ଚିହ୍ନଟ ହୋଇଥିଲେ । ଯାହା ସମଗ୍ର ବିଶ୍ୱରେ ରେକର୍ଡ ସୃଷ୍ଟି କରିଥିଲା । ଏନେଇ ରାହୁଲ ଗାନ୍ଧି କେନ୍ଦ୍ରକୁ ଟାର୍ଗେଟ କରି ଗର୍ଜିଛନ୍ତି । ଭାରତରେ କରୋନା ସଂକ୍ରମଣକୁ ଦେଖି ସମଗ୍ର ବିଶ୍ୱ କମ୍ପିତ ହେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଠିକ ଆକଳନ ଲୁଚାଉଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି । ଏହା ସହ କହିଛନ୍ତି ନିଜେ ନିଜର ଯତ୍ନ ନିଅ କାହିଁକି ନା ପ୍ରଧାନମନ୍ତ୍ରୀ କାହାକୁ ସାହାଯ୍ୟ କରିବା ପାଇଁ ଆସିବେ ନାହିଁ । ଦେଶରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ଅଣାୟତ୍ତ ହୋଇଯାଇଛି । ତେବେ ଭାରତ ସାରା ବିଶ୍ୱରେ ଏକମାତ୍ର ଦେଶ ଯିଏ ବିନା ବିଶେଷଜ୍ଞରେ କୋଭିଡ ମୁକାବିଲା କରୁଛି ବୋଲି ରାହୁଲ ଗାନ୍ଧି କହିଛନ୍ତି । ଅନ୍ୟପଟେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଘୋର ଅଭାବ ଦେଖାଦେଉଛି । ହସ୍ପିଟାଲ ଗୁଡିକରେ ଡାକ୍ତର ବାରମ୍ବାର ଅକ୍ସିଜେନ ମାଗିଲେ ମଧ୍ୟ ଅକ୍ସିଜେନ ଦେବାରେ ସରକାର ଅସଫଳ ହେଉଛନ୍ତି । ଯାହାଫଳରେ ଅନେକ ନୀରିହ ଜନତା ମୃତ୍ୟୁବରଣ କରୁଛନ୍ତି । ଯଦି ଏପରି ଲାଗି ରୁହେ ତା’ହେଲେ ଦେଶରେ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିପାରେ ବୋଲି ରାହୁଲ ଗାନ୍ଧି କହିଛନ୍ତି ।

Related Posts