ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ରାଜ୍ୟର ସାମ୍ବାଦିକମାନେ ଆଗଧାଡିର କୋଭିଡ଼ ଯୋଦ୍ଧା

nabin patnaik

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର 6944 କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ମହାମାରୀ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ସାମ୍ବାଦିକମାନେ ସମସ୍ତ ଖବରକୁ ନିଷ୍ଠାର ସହ ଲୋକଲୋଚନ ଆଣୁଥିଲେ । ଅନେକ ସାମ୍ବାଦିକ କରୋନାରେ ସଂକ୍ରମିତ ମଧ୍ୟ ହୋଇଛନ୍ତି । ପ୍ରଥମ ଲହରୀରେ ପ୍ରାୟ ୧୫ ଜଣ ସାମ୍ବାଦିକ ମୃତ୍ୟୁବରଣ କରିଥିବା ବେଳେ ଦ୍ୱିତୀୟ ଲହରୀରେ ଦିନକୁ ଦିନ ସାମ୍ବାଦିକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିଲା । ଏପରି ମୂହୁତ୍ତରେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୋପାବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବିମା ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 6944 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବୀମା ଯୋଜନାରେ ୨ ଲକ୍ଷ ଲେଖାଏଁ ବୀମା ମିଳିବ। ଏହା ବ୍ୟତୀତ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ପ୍ରାଣ ହରାନ୍ତି ତେବେ ତାଙ୍କୁ 15 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ ଖବର ଯୋଗାଇ ଏକ ମହତ୍ ସେବା କରୁଛନ୍ତି। ଏହି ସଙ୍କଟ ସମୟରେ କୋଭିଡ ସହ ଜଡିତ ସମସ୍ତ ବିଷୟ ଗୁଡିକ ଉପରେ ଲୋକଙ୍କୁ ଅବଗତ କରାଉଛନ୍ତି । ଏବଂ ସେମାନେ କୋଭିଡ୍ ବିପକ୍ଷ ଯୁଦ୍ଧରେ ଆମ ପାଇଁ ଏକ ବଡ଼ ସମର୍ଥନ ଅଟନ୍ତି।

Related Posts