ସ୍ତ୍ରୀ ଓ ଝିଅ ଦେହରେ ନିଆଁ ଲଗାଇ ନିଜେ ବି ଜଳିଗଲା ବାପା

ସତ୍ୟପାଠ ବ୍ୟୁରୋ : କୁହାଯାଏ ରାଗ ବ୍ରହ୍ମ ଚଣ୍ଡାଳ । ଯାହାର ପରିଣତି ଏକଦମ ଭୟାନକ ଓ ଲୋମଟାଙ୍କୁରା ହୋଇଥାଏ । ସ୍ୱାମୀ-ସ୍ତ୍ରୀ ଝଗଡା ଭିତରେ ସ୍ୱାମୀର ରାଗ ଏତେ ଉପରକୁ ଉଠି ଯାଇଥିଲା ଯେଉଁଥିପାଇଁ କୁନି ଝିର ଜୀବନ ଚାଲିଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ବରଗଡ ଅତାବିରା ଥାନା କୁକେତିରା ଗାଁରେ ।

ଟିଟିଲାଗଡର କୈଳାସ ଗତ ୪ମାସ ହେଲା ଏଠାରେ ପତ୍ନୀ କସ୍ତୁରୀ ଓ ୬ବର୍ଷର ଝିଅ ଲିଜାକୁ ନେଇ ରହୁଥିଲେ । ତେବେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କୈଳାସ ଉଭୟ କସ୍ତୁରୀ ଓ ଲିଜା ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ପରେ ନିଜ ଦେହରେ ମଧ୍ୟ ପେଟ୍ରୋଲ ଢ଼ାଳି ହୋଇ ନିଆଁ ଲଗାଇ ଦେଇଥିଲେ । ତେବେ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ଆପ୍ରାଣ ଉଦ୍ୟମ ଫଳରେ କୈଳାସ ଓ କସ୍ତୁରୀ ତ ରକ୍ଷା ପାଇଗଲେ ହେଲେ କୁନି ଝିଅ ଲିଜା ପାଉଁଶ ହୋଇ ଯାଇଥିଲା । ଆଉ ଲିଜା ଜଳିଯିବା ସହ ସାମାନ୍ୟ କ୍ରୋଧ ଯେ କୈଳାସଙ୍କ ସୁନାସଂସାରକୁ ଜାଳି ଦେଇଛି ତାହା ବୁଝାଇ ଦେଇଥିଲା ।

Related Posts