ବିଜେଡିରେ ମିଶିଲେ ନବ ଦାସ

ସତ୍ୟପାଠ ବ୍ୟୁରୋ : ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ନବ ଦାସ । କଂଗ୍ରେସକୁ ବାଏ ବାଏ କହିଥିବା ନବ ଆଜି ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାରେ ଉପସ୍ଥିତ ରହି ଦଳରେ ଯୋଗ ଦେଇଛନ୍ତି । ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ଶହ ଶହ ସମର୍ଥକଙ୍କ ସହ ନବ ବିଜେଡିରେ ଯୋଗ ଦେଇଛନ୍ତି ।

ନବଙ୍କ ସହ ଝାରସୁଗୁଡା ଜିଲ୍ଲାପରିଷଦର ଅଧ୍ୟକ୍ଷ ଓ ୭ଜଣ ସଦସ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି । ଏହାସହିତ ୫ଟି ବ୍ଳକର ସମସ୍ତ କଂଗ୍ରେସ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମଧ୍ୟ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି ।

ଜାନୁଆରୀ ୧୬ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଝାରସୁଗୁଡା ବିଧାୟକ ନିବ ଦାସ । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖି ନବ ବିଜେଡିରେ ଯୋଗଦେବାକୁ ଲୋକେ ଚାହୁଁଥିବାରୁ ସେ ଦଳରୁ ଇସ୍ତଫା ଦେଉଥିବା ସ୍ପଷ୍ଟ ଭାବେ ଲେଖିଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ସେ ଦଳରେ ଯୋଗ ଦେଇଥିବା ବେଳେ ତାଙ୍କର ପାରମ୍ପାରିକ ପ୍ରତିଦ୍ୱନ୍ଦି ଥିବା ବିଜେଡିର କିଶୋର ମହାନ୍ତି କହିଛନ୍ତି, ନବଙ୍କ ଯୋଗଦାନ ବିଜେଡିକୁ ଶକ୍ତିଶାଳୀ କରିବ ।

Related Posts