କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଆଁ

ସତ୍ୟପାଠ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲର ସର୍ଜରୀ ୱାର୍ଡରେ ନିଆଁ ଲାଗିଥିବା ଖବର ମିଳିଛି । ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ନିଆଁ ଲାଗିଥିବା ଜଣାପଡିବା ପରେ ସର୍ଜରୀ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ସର୍ଟ-ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Related Posts