
ସେ ପ୍ରଥମେ ନିଜ ମା’କୁ ହତ୍ୟା କଲା । ତା’ ପରେ ଦୀର୍ଘ 7 ମାସ ଧରି ଫ୍ରିଜ୍ରେ ଶବକୁ ରଖିଲା । ଏମିତି ଏକ ଜଘନ୍ୟ କାଣ୍ଡର ଅଭିଯୁକ୍ତ ପୁଅକୁ 30 ବର୍ଷର ଜେଲ୍ ଦଣ୍ଡ ଦେଇଛନ୍ତି ହୋନୋଲୁଲୁର ଅଦାଲତ । ଅଭିଯୁକ୍ତ ଯୁବକର ନାଁ ୟୁ ୱେଇ ଗଙ୍ଗ, ବୟସ 28 ବର୍ଷ । ହୋନୋଲୁଲୁର ଏକ ଆପାର୍ଟମେଣ୍ଟରେ ନିଜ ମା’ଙ୍କୁ ହତ୍ୟା କରିଥିଲା ଗଙ୍ଗ । ଆପାର୍ଟମେଣ୍ଟରେ ରହୁଥିବା ମା-ପୁଅଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା ।
ଏହି ଆପାର୍ଟମେଣ୍ଟ ରେ ସେ ରହୁଥିଲା। ଅନେକ ସମୟରେ ମାଆ-ପୁଅଙ୍କ ଭିତରେ ଝଗଡ଼ା ହେଉଥିଲା । ଘଟଣା ଦିନ ଏହା ନେଇଥିବା ଚରମ ରୂପ । ନିଜ ମା’ ଲିୟୁ ୟୁନ୍ ଗଙ୍ଗଙ୍କୁ ହତ୍ୟା କରିଥିଲା ୟୁ ୱେଇ । ତା’ ପରେ ସେ ମା’ଙ୍କର ଶବକୁ ଦୀର୍ଘ 7 ମାସ ଯାଏଁ ଘର ଭିତରେ ଏକ ଫ୍ରିଜ୍ରେ ରଖିଥିଲା ।
2016 ସେପ୍ଟେମ୍ବର ମାସରେ ୟୁ ୱେଇ ତା ମା’କୁ ହତ୍ୟା କରିଥିବାବେଳେ ତା’ର ପ୍ରାୟ 7 ମାସ ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଆତ୍ମହତ୍ୟା କରିବାରେ ବିଫଳ ହେବା ପରେ ସେ ପୋଲିସ୍କୁ ଫୋନ୍ କରି ନିଜ ମା’ଙ୍କୁ ହତ୍ୟା କରିଥିବା କଥା କହିଥିଲା ।
ପୋଲିସ୍ ଅଧିକାରୀମାନେ ମା’ କେଉଁଠି ବୋଲି ପ୍ରଶ୍ନ କରିବାରେ ଅଭିଯୁକ୍ତ ଉତ୍ତର ଦେଇଥିଲା,‘ଫ୍ରିଜ୍ରେ’ । ଘରେ ଥିବା ଅଳିଆ ଗଦାରୁ ମୃତ ମା’ଙ୍କ ମୁଣ୍ଡ ଓ ହାତ ସହିତ ଦୁଇଟି ଅସ୍ତ୍ର ଜବତ କରିଥିଲା ପୋଲିସ୍ । ଗତ ବର୍ଷ ସ୍ଥାନୀୟ ଅଦାଲତ ହତ୍ୟା ପାଇଁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏବେ ତା’ର ଦଣ଼୍ଡାଦେଶ ହୋଇଛି । ଦଣ୍ଡାଦେଶ ପରେ କୋର୍ଟରେ ଗଙ୍ଗ କହିଥିଲା, ‘ନିଜ କାମ ପାଇଁ ମୁଁ ଖୁବ୍ ଅନୁତପ୍ତ ଓ ଲଜ୍ଜା ଲାଗୁଛି ।’