ବିଜେପି କୁ କ୍ଷମା ନାହିଁ, ବିଜେଡି ପାଇଁ ସର୍ବକ୍ଷମା

ସତ୍ୟପାଠ (ବ୍ୟୁରୋ) ୨୬.୧୦.୨୦୨୧ : କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସନ ସାଇନ୍ ପବ୍ଲିକ ସ୍କୁଲ ପ୍ରିନ୍ସିପାଲ୍ ମମୀତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜନୈତିକ ଘମାସାନୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଯୋଗ ଓ ଜାଲିଆତି ସାମନାକୁ ଆସୁଛି। ନମିତା ମେହେର ମାମଲାରେ ଯଦି ସବୁଠାରୁ କିଏ ଅଧିକ ଚାପ ଏବଂ ବିରୋଧୀଙ୍କ ଟାର୍ଗେଟ ରେ ଅଛି ସେ ବ୍ୟକ୍ତି ଅସଲରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନୁହନ୍ତି ବରଂ ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ। ବିରୋଧୀ ଙ୍କ ଠାରୁ ଆରମ୍ଭକରି ମିଡିଆ ଏବେ ସମସ୍ତେ ଧୀରେ ଧୀରେ ଦିବ୍ୟ ଶଙ୍କର ଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ଏ ନେଇ ନବୀନଙ୍କୁ ଘେରିବା ଆରମ୍ଭ କରିଦେଲେଣି।ଯେଉଁ ଗୋଟିଏ ପ୍ରଶ୍ନ କୁ ନେଇ ସବୁଠି ଚର୍ଚ୍ଚା ସେଇଟି ହେଲା, ” ନବୀନ କାହିଁକି ଦିବ୍ୟ ଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି? କାରଣ ମହିଳାଙ୍କ ପ୍ରତି ହିଂସା ଏବଂ ଯୌନ କେଲେଙ୍କାରୀ ରେ ଯଦି କୌଣସି ମନ୍ତ୍ରୀଙ୍କର ସଂପୃକ୍ତି ଥାଏ ତା ହେଲେ ନବୀନଙ୍କ ପାଖରେ କ୍ଷମା ର ପ୍ରଶ୍ନ ନାହିଁ।

ଅତୀତରେ ଏଭଳି ନଜିର ମଧ୍ୟ ଅଛି। ଏପରିକି ନିଜ ଦଳରେ ନେତା ନା ଥିଲେ ମଧ୍ୟ ଗଠବନ୍ଧନ ସରକାରରେ ଭାଗୁଆଳି ବିଜେପି ଦଳର ନେତାଙ୍କୁ ମଧ୍ୟ ମାଫ୍ କରି ନଥିଲେ ନବୀନ। ସେକ୍ସ୍ ସ୍କାଣ୍ଡାଲ୍ ରେ ସଂପୃକ୍ତି ଅଭିଯୋଗରେ ୨୦୦୮ ମସିହା ଡିସେମ୍ବର ୧୦ ତାରିଖରେ ତତ୍କାଳୀନ ରାଜସ୍ବ ଏବଂ ଯୋଗାଣ ମନ୍ତ୍ରୀ ମନମୋହନ ସାମଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ମନମୋହନ ବି ଜେ ପି ର ବରିଷ୍ଠ ନେତା ତଥା ଦୁଇ ଦୁଇ ଥର ରାଜ୍ୟ ସଭାପତି ଦାୟିତ୍ୱ ମଧ୍ଯ ତୁଲେଇସାରିଛନ୍ତି। ମନମୋହନଙ୍କ ବିରୋଧରେ ଅଭିଯୋଗ ଥିଲା କି ସେ ଏକ ସେକ୍ସ୍ ସ୍କାଣ୍ଡାଲ ରେ ଜଡିତ। ଦିଲ୍ଲୀରେ ଓଡିଶା ଭବନରେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଜନୈକ ମହିଳାଙ୍କ ସହ ରହଣି କୁ ନେଇ ଉଠିଥିଲା ଅଭିଯୋଗ। ପାଖାପାଖି ଦୁଇ ସପ୍ତାହ ଧରି ଟଣାଓଟରା ପରେ ନବୀନଙ୍କ ଜିଦ୍ ଆଗରେ ହାର ମାନିଥିଲେ ମନମୋହନ ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଂପୃକ୍ତ ମାମଲାରେ ବିବାଦୀୟ ମହିଳା ନା ତାଙ୍କର ପାରିବାର ର କେହି ବି ମନମୋହନଙ୍କ ବିରୁଦ୍ଧରେ ପୁଲିସ ବା ମିଡ଼ିଆରେ ଅଭିଯୋଗ କରିନଥିଲେ। ତା ସତ୍ବେ ବିରୋଧି କଂଗ୍ରେସ ର ଅଭିଯୋଗ କୁ ଆଧାର କରି ନବୀନ ମନମୋହନଙ୍କୁ ଇସ୍ତଫା ଦେବାପାଇଁ ଜିଦ୍ ଧରିବସିଥିଲେ। ପ୍ରାୟ ଦୁଇ ସପ୍ତାହ ପଯ୍ୟନ୍ତ ଯେତେବେଳେ ମନମୋହନ ନିଜକୁ ନିର୍ଦ୍ଦୋଷ କହି ଇସ୍ତଫା ଦେଲେନାହି, ସେତେବେଳେ ନବୀନ ଖେଳିଥିଲେ ଟ୍ରମ୍ପ କାର୍ଡ। ଭାରତୀୟ ଜନତା ପାର୍ଟି ର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂହଙ୍କ ନିକଟରେ ମେଣ୍ଟ ସରକାର ରେ ରାଜଧର୍ମର ଦ୍ୱାହି ଦେଇଥିଲେ। ନବୀନଙ୍କ ଜିଦ୍ ଆଗରେ ନରମ ପଡ଼ିଥିଲେ ରାଜନାଥ। ଏବଂ ନିଜ ଦଳର ପୁରୁଣା ସହଯୋଗୀ ମନମୋହନଙ୍କ ଉପରୁ ସୁରକ୍ଷା ର ହାତ କାଢ଼ି ନେଇଥିଲେ। ବାଧ୍ୟ ହୋଇ ମନମୋହନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଏଠାରେ ଲେଖିବା ବାହୁଲ୍ୟ ଯେ, ମମିତା ମେହେର ମାମଲାରେ ମନ୍ତ୍ରୀଂ ଦିବ୍ୟ ଶଙ୍କର ମିଶ୍ର ଙ୍କ ନାଆଁ ରେ ବହୁ ସ୍ଥାନୀୟ ଲୋକ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ସଙ୍ଗୀaନ ଅଭିଯୋଗ ଆଣିଛନ୍ତି। ତାହା ସତ୍ବେ ନବୀନ ବାବୁ ଦିବ୍ୟ ଶଙ୍କରଙ୍କ ସୁରକ୍ଷା ଦେବା ବହୁ ଲୋକଙ୍କୁ ଏପରିକି ବିଜେଡି ର ଅନେକ ବରିଷ୍ଠ ନେତାଙ୍କୁ ମଧ୍ୟ ଆଶ୍ଚର୍ୟ୍ଯ କରି ଛି। କଣ ପାଇଁ ଦିବ୍ୟ ଙ୍କ ଉପରକୁ ନବୀନଙ୍କ ହାତ ଉଠୁନାହିଁ।ମନମୋହନଙ୍କ କ୍ଷେତ୍ରରେ ସଂପୃକ୍ତ ମହିଳା ବା ତାଙ୍କ ପରିବାର ଲୋକେ ଆପତ୍ତି ବା ଏଫଆଇଆର କରିବା ଦୂରର କଥା, ମହିଳାଙ୍କ ସ୍ବାମୀ ଓଲଟା ମନମୋହନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସମ୍ମିଳନୀ ଡ଼ାକି ମିଡିଆ ଓ ବିରୋଧୀ ଦଳଙ୍କୁ ସାମଲଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ନ କରିବା ପାଇଁ ଅନୁରୋଧ କରିଥିଲେ। ତଥାପି ନବୀନ ନଛୋଡବନ୍ଧା ହୋଇ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିଲେ। ପିପିଲି ବେବିନା ମାମଲାରେ ମଧ୍ୟ ନବୀନ ପ୍ରଦୀପ ମହାରଥୀଙ୍କ କୌଣସି ସ୍ପଷ୍ଟୀକରଣ କୁ ଶୁଣିବାକୁ ମନା କରିଦେଇଥିଲେ। ଶେଷରେ ମହାରଥୀ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିଲେ।ଯଦି ୨୦୦୮ ରେ କେବଳ କେତେକ ମିଡିଆ ଓ ବିରୋଧୀଂକ ଅଭିଯୋଗ ଆଧାର ରେ ମନମୋହନ ସାମଲ ଭଳି ବରିଷ୍ଠ ନେତାଙ୍କୁ ମାଫ୍ କରି ନଥିଲେ ଏବେ କାହିଁକି ଚୁପ୍?

Related Posts