ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ଅଗରତାଲା: ତ୍ରିପୁରାକୁ ମିଳିଛି ନୂତନ ମୁଖ୍ୟମନ୍ତ୍ରୀ | ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ଡାକ୍ତର ମାଣିକ ସାହା | ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସଦସ୍ୟ ଡାକ୍ତର ମାଣିକ ସାହା ।

ଅଗରତାଲା ସ୍ଥିତ ରାଜବଭନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ପୂର୍ବାହ୍ନ ୧୧:୩୦ରେ ୬୯ ବର୍ଷିୟ ସାହାଙ୍କୁ ତ୍ରିପୁରାର ୧୧ଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ତାଙ୍କ ସହିତ ମନ୍ତ୍ରୀ ପରିଷଦ୍‌ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେବା ପରେ ‘ଡେଣ୍ଟାଲ୍‌ ସର୍ଜରିର ପ୍ରଫେସର୍‌’ ଡାକ୍ତର ମାଣିକ ସାହାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ନିଯୁକ୍ତ କରାଯାଇଥିଲା। କଂଗ୍ରେସ ପରିତ୍ୟାଗ କରି ୨୦୧୬ରେ ସାହା ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରେ ତାଙ୍କୁ ଦଳର ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା।

ଦେବ ‘ବିଜପେି ତ୍ରିପୁରା’ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାର ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ ହେବା ପରେ ଟୁଇଟ୍‌ କରି ସାହା କହିଥିଲେ ଯେ, ବିଧାୟକମାନଙ୍କ ସମର୍ଥନ ପତ୍ର ଧରି ସେ ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କୁ ଭେଟି ସମର୍ଥନ ପତ୍ର ଦାଖଲ କରିଥିଲେ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବ ଇସ୍ତଫା ଦେବାର କିଛି ଘଣ୍ଟା ପରେ BJP ବିଧାୟକ ଦଳ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାଁରେ ମୋହର ମାରିଥିଲା ।2016ରେ ମାଣିକ ସାହା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । 2020ରେ ତାଙ୍କୁ ତ୍ରିପୁରା ବିଜେପି ପ୍ରାଦେଶିକ ମୁଖ୍ୟ ଭାବେ ଦଳ ଦାୟିତ୍ବ ଦେଇଥିଲା ଓ ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ରାଜ୍ୟରେ ହଠାତ ମୁଖ୍ୟମନ୍ତ୍ରୀ ବଦଳ ସମସ୍ତଙ୍କୁ ଚକିତ କରିଛି । ବିପ୍ଲବ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ 25 ବର୍ଷର କମ୍ୟୁନିଷ୍ଟ ଶାସନ ଶେଷପରେ ବର୍ଷ 2018ରେ ତ୍ରିପୁରାରେ ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ସେ ଶପଥ ନେଇଥିଲେ ।

Related Posts