ଆମର ପଣ୍ଡିତ ଭାଇମାନଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣ କାଶ୍ମୀରର ଆତ୍ମା ଉପରେ ସିଧାସଳଖ ଆକ୍ରମଣ: ଫାରୁକ ଅବଦୁଲ୍ଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ସୀମାରେ କାଶ୍ମୀର ପଣ୍ଡିତମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବାରେ ଲାଗିଛନ୍ତି । କିଛି ଦିନ ପୂର୍ବରୁ ରାହୁଲ ଭଟ୍ଟ ନାମକ ଜଣେ କାଶ୍ମୀର ପଣ୍ଡିତଙ୍କ ଆତଙ୍କବାଦୀମାନେ ତାଙ୍କ କାର୍ଯ୍ୟାଳୟରେ ପସି ହତ୍ୟା କରିଥିଲେ । ବାସ ଏହା ପରେ ଏନେଇ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ଟାର୍ଗେଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଅବଦୁଲ୍ଲା କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି । ତେବେ ହତ୍ୟା ଘଟଣାର ବୃଦ୍ଧି ଉପତ୍ୟକାରେ ସରକାରଙ୍କ ସ୍ୱାଭାବିକ ଫେରିଆସୁଥିବା ଦାବିର ବିପରୀତ ଅଟେ ବୋଲି ସେ କହିଛନ୍ତି ।

ସେପଟେ ଶ୍ରୀନଗର ଏମପି ଅବଦୁଲ୍ଲା ଦଳର ଅଳ୍ପସଂଖ୍ୟକ ସେଲର ଉପସଭାପତି ଅମିତ କୌଲଙ୍କ ନେତୃତ୍ୱରେ କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ଏପରି କହିଥିବାର ଦେଖିବାକୁ ମିଳିଛି । ଏହା ସହ ଆମର ପଣ୍ଡିତ ଭାଇମାନଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣ କାଶ୍ମୀରର ଆତ୍ମା ଉପରେ ସିଧାସଳଖ ଆକ୍ରମଣ । ମୁଁ ଚାହେଁ ଉଭୟ କାଶ୍ମୀର ମୁସଲମାନ ଏବଂ କାଶ୍ମୀରୀ ପଣ୍ଡିତମାନେ ଏକାଠି ରୁହନ୍ତୁ । ବର୍ତ୍ତମାନର ସରକାର କେବଳ ଲୋକ ଦେଖାଣିଆ କାମ ମଧ୍ୟରେ ନିଜକୁ ସୀମିତ ରଖିଛନ୍ତି । ନିରାପଦ ଏବଂ ନିରନ୍ତର ପ୍ରତ୍ୟାବର୍ତ୍ତନ ପାଇଁ ଏକ ସୁରକ୍ଷିତ ସକ୍ଷମ ପରିବେଶ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କୌଣସି ପ୍ରୟାସ କରାଯାଉ ନାହିଁ ବୋଲି ସେ କହିଛନ୍ତି । କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ସହ୍ୟ କରାଯିବ ନାହିଁ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts