ଶ୍ରୀମନ୍ଦିରରୁ ମନିପର୍ସ ଲୁଟେରାକୁ ଗିରଫ କଲା ସିଂହଦ୍ବାର ଥାନା

ପୁରୀ : ସିଂହଦ୍ବାର ଥାନା ପୁଲିସ ହାତରେ ଲାଗିଲା ଲୁଟେରା। ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ପକେଟରୁ ମନିପର୍ସ ଲୁଟ କରିବା ଅଭିଯୋଗରେ ସିଂହଦ୍ବାର ଥାନା ପୁଲିସ ଜଣକୁ ଗିରଫ କରିଛି। ତା ନିକଟରୁ ପୁଲିସ ମନିପର୍ସ ଓ ୪୫୦୦ ଟଙ୍କା ଜବତ କରି ଏକ ମାମଲା ରୁଜୁ କରି ତାକୁ ଗିରଫ ପରେ କୋର୍ଟଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା କୋଲିଏରି ଥାନା ଅନ୍ତର୍ଗତ ତାଳଚେର ରେଲୱେ କଲୋନିର ରବିଚନ୍ଦ୍ର ବେହେରା ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଉଥିଲେ। ଏହି ସମୟରେ ସାତପାହଚରେ ଗହଳିର ସୁଯୋଗ ନେଇ ଅଭିଯୁକ୍ତ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଶଙ୍ଖ ଅଣ୍ଡାଗଳିର ଅକ୍ଷୟ ପରିଡ଼ା ଠେଲାପେଲା କରି ତାଙ୍କ ପକେଟରୁ ମନିପର୍ସ ଲୁଟି ନେଇଥିଲା। ଏହି ସମୟରେ ରବିଚନ୍ଦ୍ର ଚିତ୍କାର କରିବାରୁ ସେଠାରେ ଥିବା ସାଦା ପୋଷାକଧାରୀ ପୁଲିସ ଅକ୍ଷୟକୁ ଧରିପକାଇଥିଲେ। ଏ ସମ୍ପର୍କରେ ରବିଚନ୍ଦ୍ର ସିଂହଦ୍ବାର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅକ୍ଷୟକୁ ଗିରଫ ପରେ ଆଜି କୋର୍ଟଚାଲାଣ କରିଛି। ତା ନିକଟରୁ ପୁଲିସ ରବିଚନ୍ଦ୍ରଙ୍କର ମନିପର୍ସ ଓ ୪୫୦୦ ଟଙ୍କା ଜବତ କରି ତାଙ୍କ ଜିମାରେ ଦେଇଛି

Related Posts