ଅମ୍ଳଜାନ ଅଭାବକୁ ନେଇ କେନ୍ଦ୍ର ସରକାର ଆମକୁ କୌଣସି ତଥ୍ୟ ମାଗି ନାହାଁନ୍ତି: ମନୀଷ ସିସୋଦିଆ

manish

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁର ତଥ୍ୟକୁ ନେଇ କେନ୍ଦ୍ର ଉପରେ ଗର୍ଜିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତେବେ ଦିଲ୍ଲୀ ସରକାରଙ୍କ ଠାରୁ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ସହ ଜଡିତ କୌଣସି ତଥ୍ୟ କେନ୍ଦ୍ର ସରକାର ମାଗି ନାହାଁନ୍ତି ବୋଲି ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ ସିସୋଦିଆ କହିଛନ୍ତି । ଏହା ସହ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ଘଟିଛି କି ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଦିଲ୍ଲୀ ସରକାର ଏଭଳି କୌଣସି ଚିଠି ପାଇ ନାହାନ୍ତି ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ ସେ କ୍ରମାଗତ ଭାବରେ ତାଙ୍କ ଅଧିକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଚିଠି ଆସିଛି କି ବୋଲି ପଚାରୁଥାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ ।

ଏହା ସହ କେନ୍ଦ୍ରକୁ କଟାକ୍ଷ କରି ସିସୋଦିଆ କହିଛନ୍ତି ଯେତେବେଳେ ଆପଣ ରାଜ୍ୟ ସରକାରଙ୍କୁ ପଚାରନ୍ତି ନାହିଁ, ତେବେ ସେମାନେ କିପରି କହିବେ? ଦିଲ୍ଲୀରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିଲା । କିନ୍ତୁ ଅନୁସନ୍ଧାନ ବିନା ଆମେ କହିପାରିବା ନାହିଁ ଯେ କେତେ ମୃତ୍ୟୁ ଘଟିଛି? ଅନ୍ୟପଟେ ସେ କହିଛନ୍ତି ଆଜିର ଖବରକାଗଜରେ ମୁଁ ଖବର ପାଇଲି କେନ୍ଦ୍ର ସରକାର କହୁଛନ୍ତି ଏଥିରେ ଅମ୍ଳଜାନ ଅଭାବ ହେତୁ କେତେ ମୃତ୍ୟୁ ଘଟିଛି ତାହା ରାଜ୍ୟ ସରକାରଙ୍କୁ ପଚାରିଛି । ଖବରକାଗଜ ରିପୋର୍ଟରେ କୁହାଯାଇଛି ଯେ ୧୨ ଟି ରାଜ୍ୟ କହିଛନ୍ତି କୌଣସି ମୃତ୍ୟୁ ହୋଇନାହିଁ ଏବଂ ଗୋଟିଏ ରାଜ୍ୟରେ କେବଳ ମୃତ୍ୟୁ ଘଟିଛି ।

କିଛି ଦିନ ପୂର୍ବରୁ ମୁଁ ଖବରକାଗଜରେ ପଢିଥିଲି ଯେ କେନ୍ଦ୍ର ସରକାର ୧୩ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି ଏବଂ ପଚାରିଥିଲେ ମୃତ୍ୟୁ ଅମ୍ଳଜାନ ଅଭାବରୁ ହୋଇଛି କି? ଅନ୍ୟପଟେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଏଭଳି ଚିଠି ପାଇନାହାଁନ୍ତି ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।

Related Posts