ନବମ ଓ ଦଶମ ପାଇଁ ନୂଆ ସର୍କୁଲାର : ନଭେମ୍ବରରେ ଅର୍ଦ୍ଧବାର୍ଷିକ, ଏପ୍ରିଲରେ ହେବ ବାର୍ଷିକ ପରୀକ୍ଷା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍  ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନୂଆ ସର୍କୁଲାର ଜାରି କରିଛନ୍ତି ରାଜ୍ୟ ସରକାର । ମାଧ୍ୟମିକ ଶିକ୍ଷା ପରିଷଦ  ଅନୁଯାୟୀ ଚଳିତ ଶିକ୍ଷା ବର୍ଷକୁ ଦୁଇ ଟର୍ମରେ ଭାଗ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ। ପ୍ରତି ଟର୍ମ ଭିତରେ ଦୁଇଟି ଲେଖାଏଁ ଫର୍ମାଟିଭ ଟେଷ୍ଟ କରାଯିବ। ପ୍ରତି ଟର୍ମରେ ପିଲା ୫୦ ପ୍ରତିଶତ ପାଠ ପଢିବେ ଓ ପରୀକ୍ଷା ଦେବେ। 

ଇଣ୍ଟରନାଲ ଆସେସମେଣ୍ଟର ୪ଟି ୨୦ ମାର୍କ ଫର୍ମାଟିଭ ଟେଷ୍ଟ 

ହେବ। ୱେଟେଜ୍ ଅନୁସାରେ ଇଣ୍ଟରନାଲ ଆସେସମେଣ୍ଟକୁ ମୋଟ ୨୦ ପ୍ରତିଶତ ମାର୍କ ମିଳିବ । ଟର୍ମ-୧ ୱେଟେଜ୍ ୩୦ ପ୍ରତିଶତ ଓ ଟର୍ମ-୨ ୱେଟେଜ୍ ୫୦ ପ୍ରତିଶତ ଗ୍ରହଣ କରାଯିବ। ବୋର୍ଡ଼ ପକ୍ଷରୁ ଏହି ପରୀକ୍ଷା କରାଯିବ। ସ୍ୱତନ୍ତ୍ର ମୂଲ୍ୟାୟନ ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶକୁ ନେଇ ଅନେକ ଛାତ୍ରଛାତ୍ରୀ ନିଜ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।  ଆଗକୁ ଯେପରି ଏହି ଅସୁବିଧା ନଉପୁଜେ ସେଥିପାଇଁ ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ତେବେ ପାଠ୍ୟକ୍ରମ ରୁପରେଖ କଣ ରହିବ, ସେନେଇ ବୋର୍ଡ଼ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରାଯିବ । ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ। ସ୍କୁଲସ୍ତରରେ ହୋଇଥିବା ଆକଳନ ଅନୁଯାୟୀ ବୋର୍ଡ ବିଦ୍ୟାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବ। ଉଲ୍ଲେଖଯୋଗ୍ୟ ଯେ ସ୍କୁଲରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାସିକ ଓ ବାର୍ଷିକ ପରୀକ୍ଷାକୁ ମିଶାଇ ମୋଟ ୬ଟି ପରୀକ୍ଷା ଦେବେ। 

Related Posts