୨ ବର୍ଷ ପାଇଁ ବାସନ୍ଦ ହେଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୋଟିଏ ପଟେ ଦଶରା ବଜାରରେ ବିଭିନ୍ନ ହଲରେ ଫିଲ୍ମ ରିଲିଜ ହୋଇଛି । ଅନ୍ୟପଟେ ଅନ୍ୟତମ ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି । ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ବାରିଛି ପ୍ରଯୋଜକ ସଂଘ । ରାମ୍ ଫିଲ୍ମର କଳାକାର ଜିତୁ ମଂଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦ ରହିଛି ।ଯେଉଁଥିପାଇଁ ରାମ୍ ଫିଲ୍ମ ସମ୍ବଲପୁରରେ ରିଲିଜ୍ ହୋଇପାରିନଥିବା ଅଭିଯୋଗ ହୋଇଛି ।

୨୦ ତାରିଖରେ ରାମ୍ ଫିଲ୍ମ ସାରା ରାଜ୍ୟରେ ରିଲିଜ ହୋଇଥିଲା । ହେଲେ ସମ୍ବଲପୁରରେ ରିଲିଜ ନହୋଇପାରିବା ପରେ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଏହାପରେ ଆଜି ଜରୁରୀ ବୈଠକ ବସିଥିଲା । ଯେଉଁଥିରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ କୌଣସି ଫିଲ୍ମରେ ଅଭିନୟ କରାଇ ନଦେବାକୁ ନିଷ୍ପତି ହୋଇଛି ।

Related Posts