ଲାଲଗଡରେ ମାଓ ସପ୍ତାହ: ୨୧ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହେବ ପାଳନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ମାଓ ସପ୍ତାହ । ସପ୍ତାହବ୍ୟାପୀ ପାଳନ ହେବ ୧୮ତମ ପ୍ରତିଷ୍ଠା ଦିବସ । ୨୧ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରିବା ଲାଗି ଆନ୍ଦ୍ର ଓଡିଶା ସୀମା ମାଓବାଦୀ ସଂଗଠନ ପକ୍ଷରୁ ଏକ ଅଡିଓ ଟେପ ଏବଂ ପତ୍ରିକା ଜାରି କରାଯାଇଛି ।

ଏହି ସପ୍ତାହରେ ମାଓବାଦୀମାନେ ଗରିଲା ସେନାରେ କିଭଳି ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ କରିବେ ସେନେଇ ଆହ୍ୱାନ ଦେଇଛନ୍ତି । ପୋଲିସ ଗୁଳିରେ ପ୍ରାଣ ହରାଇଥିବା ମାଓ କ୍ୟାଡର ମାନଙ୍କ ସୃତି ଚରଣ ମଧ୍ୟ କରିଛନ୍ତି । ଯେଉଁ ମାନେ ମାଓ ଦମନ ଅପରେସନ ସମାଧାନ ଓ ପ୍ରହାରରେ ସହିଦ ହୋଇଛନ୍ତି ।

କେନ୍ଦ୍ରିୟ କମିଟି ସଦସ୍ୟ ଆର.କେ, କମ୍ରେଡ଼ ଅନୀଲ, କମ୍ରେଡ଼ ସୋନି, କମ୍ରେଡ଼ ଚିନ୍ନା ରାଓ ଭଳି ଅନେକ ଆଗ ଧାଡ଼ିର ନେତା ସହିଦ ହୋଇଛନ୍ତି । ଏହା ସହ ଗରିଲା ସେନାରେ ସାମିଲ ହୋଇ ଜଳ ଜଙ୍ଗଲ ଜମି ପାଇଁ ଲଢେଇ କରି ଏକାଧିକ ମାଓ କମ୍ରେଡ଼ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି । ପୁଞ୍ଜିପତି ଓ ସାମ୍ରାଜ୍ୟବାଦଙ୍କୁ ପରାସ୍ତ କରି ସଂପୂର୍ଣ୍ଣ ସ୍ୱରାଜ ଆଣିବା ବୋଲି ଏହି ଅଡିଓ ଟେପରେ ମାଓନେତା କହୁଛନ୍ତି । ଏହା ସହ ଆନ୍ଦ୍ର ଓଡିଶା ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପ୍ରେସ ଇସ୍ତାହାର ମଧ୍ୟ ଦେଇଛନ୍ତି ।

Related Posts