ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକରେ ନକଲି ମେଡିସିନ ବିକ୍ରି କରିବା ଘଟଣାର ତଦନ୍ତ କରୁଛି କମିସନରେଟ ପୁଲିସ। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ରାଜ୍ଯ ବାହାରକୁ ଗଲା ପୁଲିସର ଏକ ସ୍ବତନ୍ତ୍ର ଟିମ। ପୁରୀଘାଟ ଥାନା ଅଧିକାରୀଙ୍କ ନେତୃତ୍ବରେ ଚାରି ଜଣିଆ ଟିମ ବିହାର ଗୟାକୁ ଯାଇଛି। ଏହି ଟିମ୍ରେ ଦୁଇ ଜଣ ଏକ୍ସପର୍ଟ ମଧ୍ଯ ରହିଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ତେବେ କଟକର ଭିଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ ଏହି ନକଲି ମେଡିସିନ ଗୟା ଓ ବେଙ୍ଗାଲୁରୁ ଆଣୁଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇବା ପରେ ଅଧିକ ତଦନ୍ତ ପାଇଁ ପୋଲିସର ସ୍ଵତନ୍ତ୍ର ଟିମ ବିହାର ଗସ୍ତ କରିଛି। ସେଠାରେ ତଦନ୍ତ ପରେ କିଏ ଏହି ନକଲି ମେଡିସିନ ପ୍ରସ୍ତୁତର ମାଷ୍ଟରମାଇଣ୍ଡ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ ଯେ, ନକଲି ମେଡିସିନ ବିକ୍ରି ମାମଲାରେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ନକଲି ମେଡିସିନ କାରବାର ମାମଲାରେ ପୁଲିସ ସେମାନଙ୍କୁ ପଚରାଉଚରା ମଧ୍ୟ କରିଛି। ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି ।
