
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅଶୋକ ପୁନେ ବହୁ ହିଂସାକାଣ୍ଡ ସାମିଲ ଥିବା ସୂଚନା ରହିଛି । ଅଶୋକଙ୍କ ଘର ଛତିଶଗଡ଼ ଜିଲ୍ଲା ବାସାଗୁଡ଼ା ଥାନା ଡାଲା ଗାଁରେ ବୋଲି ଜଣାପଡିଛି ।
ସେ ଏରିଆ କମିଟି ସଦସ୍ୟ ଭାବେ କାମ କରୁଥିଲେ । ତେବେ ସରକାରଙ୍କ ବିକାଶ ମୂଳକ କାର୍ୟ୍ୟରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରିଥିବା କହିଛନ୍ତି । ଏହାସହିତ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ମଧ୍ୟ କହିଛନ୍ତି ।