ଇଡି ଅଫିସରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଡି ଅଫିସରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ । ଘରୁ ଲକ୍ଷ ଲକ୍ଷ ଟଙ୍କା ମିଳିବା ଘଟଣାରେ ସେ ହାଜର ହୋଇଛନ୍ତି । ସେପଟେ ଗତ ମେ ମାସ ୧୧ ତାରିଖରେ ଜିତୁ ପଟନାୟକଙ୍କ ଯୋଡ଼ା ଓ ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ଇଡି ଚଢଉ କରିଥିଲା ।

ତାଙ୍କ ଘରୁ ନଗଦ ୯୫ ଲକ୍ଷ ଟଙ୍କା ସହ ୧୬୬ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ମଧ୍ୟ ଜବତ କରାଯାଇଥିଲା । ଏନେଇ ଖୋଲତାଡ କରିବା ପାଇଁ ଜିତୁଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ନୋଟିସ ଆଧାରରେ ସେ ଇଡିରେ ହାଜର ହୋଇଥିବା ସୂଚନା ମିଳିଛି ।

Related Posts