ଜନ୍ମମାଟିରେ ଜଳିଲା ଚିତା, ଲୁହରେ ଭିଜିଲା ଅଠରାଙ୍ଗ

ସତ୍ୟପାଠ ବ୍ୟୁରୋ : ସହୀଦ ଓଡିଆ ଯବାନ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସହୀଦ ହେମନ୍ତଙ୍କ ମରଶରୀର ଗାଁରେ ପହଂଚିବା ପରେ ପୁରା ଗାଁ କାନ୍ଦବୋବାଳିରେ ଫାଟି ପଡିଥିଲା । ପରେ ପାର୍ଥୀବ ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ, ତହସିଲଦାର ଓ ବିଡିଓ ପ୍ରମୁଖ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହ ଖୋର୍ଦ୍ଧା ବେଗୁନିଆ ଅଠରାଙ୍ଗ ଗାଁ ଶସ୍ମାନରେ ଜଳିଛି ହେମନ୍ତଙ୍କ ଚିତା ।

ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଶ୍ରୀନଗର ବାରମୂଳାରେ ସେନା ଉପରେ ହୋଇଥିଲା ଆତଙ୍କୀ ହମଲା । ସେନା ବି ଏହାର କଡା ଜବାବ ଦେଇଥିଲା । ହେଲେ ହେମନ୍ତଙ୍କ ମୁଣ୍ଡରେ ବାଜିଥିଲା ଆତଙ୍କବାଦୀଙ୍କ ଗୁଳି । ଆଉ ମାତ୍ର ୨୩ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇ ସହୀଦ ହୋଇଥିଲେ ଓଡିଆ ପୁଅ ହେମନ୍ତ । ୨୦୧୫ ସ୍ଥଳସେନାର ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟରେ ସୈନିକ ରୂପେ ସେ ନିଯୁକ୍ତି ପାଇଥିଲେ ।

Related Posts