ସୁନ୍ଦରଗଡରେ ଚାଂଚଲ୍ୟ, କୂଅରୁ ମିଳିଲା ୫ଶବ

ସତ୍ୟପାଠ ବ୍ୟୁରୋ : ସୁନ୍ଦରଗଡ କୋଇଡା ଅଂଚଳରେ ଚାଂଚଲ୍ୟ । ଏକ ପରିତ୍ୟକ୍ତ କୂଅରୁ ମିଳିଛି ୫ଟି ଶବ । ମା’ , ଦୁଇ ପୁଅ ଓ ଦୁଇ ଝିଅଙ୍କ ମୃତଦେହ ମିଳିଛି କୂଅ ଭିତରୁ । କିଏ କାହିଁକି ଏମାନଙ୍କୁ ମାରିଛି ଜଣା ପଡି ନଥିଲେ ବି ଗୁଣି ଗାରେଡି ସନ୍ଦେହ କରାଯାଉଛି ।

ବଡ ଇନ୍ଦୁପୁର ଗାଁ କନ୍ଦାସାହିରେ ଥିବା ଏକ ପରିତ୍ୟକ୍ତ କୂଅରେ କୁନି ମୁଣ୍ଡା ଓ ତାଙ୍କ ଚାରି ପୁଅ ଝିଅଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଅଗ୍ନିଶମ କର୍ମଚାରୀମାନେ କୂଅରୁ ମୃତଦେହ ଉଦ୍ଧାର କରିବା ପରେ ଶବ ଗୁଡିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ । ତେବେ ଘରେ ରକ୍ତ ଛିଡା ପଡିଥିବାରୁ ଏମାନଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।

Related Posts