ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ବିବାଦ ; ସୋସିଆଲ ମିଡିଆରେ ଭାଇରାଲ କୁ ନେଇ ଗୁଜବ କହିଲେ ମନ୍ତ୍ରୀ ବଦ୍ରୀ ପାତ୍ର

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କେତେ ସଚେତନ ଆମ ସରକାର ତାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜୟପୁରରେ, କନ୍ଧମାଳ, ନୂଆପଡ଼ା ଓ ଢ଼େଙ୍କାନାଳରେ ପ୍ରଶ୍ନପତ୍ର ଲିକ୍ ଘଟଣା । ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ ଘଟଣା ନେଇ ଚିନ୍ତାରେ ଶିକ୍ଷାବିଭାଗ । ତେବେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ବାରଣ ସତ୍ତେମଧ୍ୟ କେମିତି ପ୍ରଶ୍ନପତ୍ର ଭାଇରାଲ ହେଲା ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରୀକ୍ଷାର ପ୍ରଥମ ଦିନରେ ଗୋଟିଏ ପଟେ କ୍ଲାସରୁମରେ ପିଲା ମାତୃଭାଷା ପରୀକ୍ଷା ଦେଉଥିଲେ ଆଉ ଅନ୍ୟପଟେ ମୋବାଇଲରୁ ମୋବାଇଲ ଘୁରି ବୁଲିଲା ପ୍ରଶ୍ନପତ୍ର । ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ତଦନ୍ତ କରାଯିବ । କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ରକୁ ରଖାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି ହୋଇଛି ।
ଗଣଶିକ୍ଷା ବିଭାଗ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ କଡା ପଦକ୍ଷେପ ନେବା ସହ କଡା ସୁରକ୍ଷାବଳୟରେ ପ୍ରଶ୍ନପତ୍ରପରୀକ୍ଷା ସେଣ୍ଟରକୁ ପଠାଇବା ପରେ କେମିତି ହେଲା ଲିକ ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲିବାର ଅଭିଯୋଗ ଆସିଛି । ଚଳିତ ବର୍ଷରେ ମଧ୍ୟ ଏପରି ଘଟଣା ଘଟିବା ପରେ ପିଲାଙ୍କ ଭବିଷ୍ୟତ ତଥା ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୁଚନାଯୋଗ୍ୟ ଗତବର୍ଷ ମାଟ୍ରିକ ପରିକ୍ଷାରେ ଏଭଳି ପ୍ରଶ୍ନପତ୍ର ଲିକ ହୋଇଥିଲା । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ପ୍ରଶାସନିକ ଅଧିକାରୀ ଅଥବା ଯେ କୈାଣସି ବ୍ୟକ୍ତି ବିଶେଷ ବିରୁଦ୍ଧରେ କଡାକାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି । ଗଣଶିକ୍ଷା ବିଭାଗ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଗକୁ ଅନ୍ୟ ପରୀକ୍ଷା ଉପରେ ଉଠିଛି ପ୍ରଶ୍ନ ।

Related Posts