ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍ହାର ୯୩.୭୩ %ରହିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଫଳ ୧୧ଟା ୩୦ରେ ୱେବସାଇଟରେ ଉପଲବ୍ଧ ହେବ।
ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ, ଏଥି ମଧ୍ୟରୁ ପାସ୍ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ।
ଅନ୍ୟପଟେ ଖୋର୍ଦ୍ଧାରେ ୯୭.୯୮% ପାସ ହାର ରହିଥିବା ବେଳେ କଟକରେ ୯୭.୫୮%, ଢେଙ୍କାନାଳରେ ୯୫.୧୨%, ବାଲେଶ୍ୱରରେ ୯୬.୧୦%, ଜଗତସିଂହପୁରରେ ୯୭.୬୦%, ପୁରୀରେ ୯୬.୭୬% ପାସ୍ ହାର ରହିଛି।
ସେପଟେ ସାଢ଼େ ୧୧ଟା ସୁଦ୍ଧା ବୋର୍ଡ ୱେବସାଇଟ୍ bseodisha.in ରେ ପରୀକ୍ଷା ଫଲ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ଇଂଟରନେଟର ସୁବିଧା ନାହିଁ ସେସବୁ ସ୍ଥାନରେ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମେସେଜ କରି ମଧ୍ୟ ରେଜଲ୍ଟ ଜାଣିପାରିବେ । ଓଆର ୧୦ ସ୍ପେସ୍ ରୋଲ ନଂ ଟାଇପ୍ କରି ୫୬୭୬୭୫୦ ନଂକୁ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଏଥି ସହିତ ଚଳିତ ବର୍ଷ ବୋର୍ଡ ପକ୍ଷରୁ ପ୍ରଥମ କରି ପ୍ରଚଳିତ ଡିଜିଟାଲ ପ୍ରମାଣପତ୍ରକୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍ (bseodisha.in)ରୁ ଅପରାହ୍ଣ ୪ଟା ପରଠାରୁ ଡାଉନଲୋଡ୍ କରିପାରିବେ। ସେହିପରି ଖାତା ରିଚେକିଂ ପାଇଁ ପରୀକ୍ଷାର୍ଥୀମାନେ ଆସନ୍ତା ମେ’ ୨୯ରୁ ଜୁନ୍ ୧୨ ମଧ୍ୟରେ ଆବେଦନ କରିପାରିବେ।