ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ; ଭୁବନେଶ୍ୱରରେ ସବୁଠୁ କମ୍ ଭୋଟିଂ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ):  ରାଜ୍ୟରେ ଶନିବାର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର- ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କଟକ ଓ କେନ୍ଦୁଝର ତଥା ଏସବୁ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ଭୋଟିଂ ହୋଇଛି।

ପୁରୀରେ ୭୩.୮୧% ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୩.୩୦ ଓ କଟକରେ ୬୭.୩୬ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି। ଏହି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ରାଜ୍ୟର ବିଭିନ୍ନ ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼କୁ ନେଇ ରଖାଯାଇଛି।

ରାଜ୍ୟରେ ଆସନ୍ତା ଜୁନ୍ ୧ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏସବୁର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ସାରା ଦେଶରେ ଗତକାଲି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ଦେଶରେ ୬୧.୧୧% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। 

Related Posts