ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ: ଅନଲାଇନରେ ହେବ ଉପଲବ୍ଧ

କଟକ: ଆଜିଠୁ ଅନଲାଇନରେ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ କାର୍ଡ । ସେହିପରି ମଧ୍ୟମା ଓ SOSC- ୨୦୨୨ ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ।

ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଆଡମିଟ୍ କାର୍ଡ ଉପଲବ୍ଧ ହେବା ଆରମ୍ଭ ହୋଇଯାଇଛି | ବୋର୍ଡ ୱେବସାଇଟ www.bseodisha.ac.inରୁ ଆଡମିଟ କାର୍ଡ ଡାଉନଲୋଡ କରିହେବ । ସ୍କୁଲ କୋଡ୍ ଓ ପାସୱାର୍ଡ ଜରିଆରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ସ୍କୁଲ୍ କର୍ତ୍ତୃପକ୍ଷ ।

ପତ୍ର ବିନିମୟ ଓ ମଧ୍ୟମା ଛାତ୍ରଛାତ୍ରୀ ୱେବବସାଇଟରେ ନିଜ ନାମ ଓ ପିତାଙ୍କ ନାମ ପୂରଣ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଡାଉନଲୋଡ ଆଡମିଟ କାର୍ଡରେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ସ୍ୱାକ୍ଷରକୁ ବାଧ୍ୟତାମୂଳକ କରାଯାଇଛି ।

Related Posts