ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା: ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ବର୍ଷ ୫ଲକ୍ଷ ୬୮ ହଜାର ୮୧୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ ହଜାର ୮୭୪ଜଣ ପାସ୍‌ କରିଛନ୍ତି । ମୋଟ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି । କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଚଳିତ ବର୍ଷ ଛାତ୍ରଛାତ୍ରୀ ଦେଇଥିଲେ ଅଫଲାଇନ୍ ପରୀକ୍ଷା । ତେବେ ଏଥିରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ |

ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ । ଆଶାତୀତ ଫଳାଫଳ ପାଇ ନଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ ।

ସୂଚନା ଥାଉକି ଆଜି ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷ ୫ଲକ୍ଷ ୬୮ ହଜାର ୮୧୮ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ ହଜାର ୮୭୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାକି ୮୬୯୯ ଛାତ୍ରାଛାତ୍ରୀ ଫେଲ୍‌ ହୋଇଛନ୍ତି । A1ରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । A2ରେ ପାସ୍ କରିଛନ୍ତି ୫୪, ୮୮୯ ପିଲା ।

ରାଜ୍ୟର ୩ଟି ସ୍କୁଲରେ କୌଣସି ପିଲା ପାସ୍ କରି ନାହାନ୍ତି। ଅର୍ଥାତ ଶୂନ ରେଜଲ୍ଟ ହୋଇଛି । ସେଥି ମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲ ଥିବା କହିଛନ୍ତି ମନ୍ତ୍ରୀ । ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିବା ବେଳେ ଅନୁଗୁଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ।

Related Posts