ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦ; ଇସ୍ତଫା ଦାବିରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ABVP

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରିଛି ଏବିଭିପି। ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଏବିଭିପି କର୍ମୀଙ୍କୁ ଅଟକାଇଥିଲେ। ଫଳରେ କିଛି ସମୟ ପାଇଁ ପୁଲିସ ଓ ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ପୁଲିସ ଏବିଭିପି କର୍ମୀଙ୍କୁ ଉଠାଇ ନେଇଛି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏବିଭିପି। ପ୍ରଶ୍ନପତ୍ର ଲିକ୍ ଘଟଣା ଓଡ଼ିଶାରେ ପରିପେକ୍ଷୀରେ ନୂଆ ନୁହେଁ, ଓଡ଼ିଶାରେ ପରୀକ୍ଷା ହେବ ଓ ବିଭ୍ରାଟ ହେବ ନି ଏହା ଏକପ୍ରକାର ଅସମ୍ଭବ ହୋଇ ଗଲାଣି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି ।

Related Posts