ଶୁଭେନ୍ଦୁଙ୍କ କଟାକ୍ଷ; ମମତା ଏବେ ‘ଦିଦି’ ନୁହେଁ ‘ଆଣ୍ଟି’ ହୋଇଗଲେଣି

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ତାଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କୁ ‘ଦିଦି’ ବୋଲି କହିବା ବନ୍ଦ କରିବା ଉଚିତ, ସେ ବର୍ତ୍ତମାନ ‘ଆଣ୍ଟି’ ହୋଇଗଲେଣି। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉପରେ ଏକ ପ୍ୟାନେଲ ଆଲୋଚନା ବେଳେ ଶୁଭେନ୍ଦୁ ଅଧିକାରୀ ଏହି ମନ୍ତବ୍ୟ ଦେଇଛନ୍ତି।

ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି ଯେ, ‘ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠ ପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି। ବିଧାନସଭା ନିର୍ବାଚନରେ ​​ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ଏତେ ରାଗି ଯାଇଥିଲେ ଯେ ସେ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି ନିଷ୍ଠୁର ମହିଳା। ତାଙ୍କ ଦଳ ପଶ୍ଚିମବଙ୍ଗରେ ଡବଲ ଇଂଜିନ ସରକାର ଗଠନ କରିବା ଏବଂ ରାଜ୍ୟରେ ମମତା ବାନାର୍ଜୀ ସରକାରଙ୍କ ଶାସନକୁ ସମାପ୍ତ କରିବା ଦିଗରେ କାମ କରୁଛି।’

ସନ୍ଦେଶଖାଲି ପ୍ରସଙ୍ଗରେ ଶୁଭେନ୍ଦୁ କହିଛନ୍ତି ଯେ ମହିଳାମାନଙ୍କୁ ଯୌନ ନିର୍ୟାତନା ତଥା ବଳାତ୍କାର କରିଥିବା ଶାହାଜାହାନ ଶେଖଙ୍କୁ ଫାଶୀ ଦିଆଯିବା ଉଚିତ। ରେସନ ବଣ୍ଟନ ସ୍କାମର ତଦନ୍ତର ଏକ ଅଂଶ ଭାବରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ଗାଁର ଶାହାଜାହାନ ଶେଖଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣ ପରେ ମହିଳାମାନେ ଶାହାଜାହାନଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଏବଂ ବଳାତ୍କାର ଅଭିଯୋଗ ଆଣିଥିଲେ।

Related Posts