ସୋମବାର ପର୍ଯ୍ୟନ୍ତ ଚିଦାମ୍ୱରମଙ୍କୁ ଆଶ୍ୱସ୍ତି

ସତ୍ୟପାଠ ବ୍ୟୁରୋ : ପୁଣି ସୁପ୍ରିମକୋର୍ଟରୁ ନିରାଶ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପୁଣି ଏହାକୁ ସୋମବାର ଯାଏଁ ଘୁଂଚାଇଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଚିଦାମ୍ବରମ ଏବେ ସିବିଆଇ ରିମାଣ୍ଡରେ ଥିବାରୁ ତାଙ୍କ ଜାମିନ ଆବେଦନ ଉପରେ ଆସନ୍ତା ସୋମବାରକୁ ଶୁଣାଣି ଟାଳିଛନ୍ତି ସୁପ୍ରିମକୋର୍ଟ । ପି ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ କୋର୍ଟଙ୍କ ପାଖରେ ଚିଦାମ୍ବରମଙ୍କ ପକ୍ଷ ରଖିଥିଲେ ।

କପିଲ ସିବ୍ବଲ ସୁପ୍ରିମକୋର୍ଟରେ କହିଥିଲେ, ଠିକ ସମୟରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବା ପରେ ମଧ୍ୟ ଯେଉଁପରି ଭାବେ ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ଚିଦାମ୍ୱରମଙ୍କ ଯାଚିକାର ଶୁଣାଣି କରାଗଲା ନାହିଁ, ତାହା ତାଙ୍କ ମୌଳିକ ଅଧିକାରକୁ ହନନ କରୁଛି । ସିବ୍ବଲ କହିଥିଲେ, ଯୁକ୍ତି ଶେଷ ହେବା ପରେ ସଲିସଟର ଜେନେରାଲ ତୁଷାର ମେହତା ହାଇକୋର୍ଟର ଜଜ ଜଷ୍ଟିସ ଗୌଡାଙ୍କୁ ଏକ ନୋଟ ଦେଇଥିଲେ । “ଆମକୁ ସେହି ନୋଟର ଜବାବ ଦେବାକୁ ସୁଯୋଗ ଦିଆଗଲା ନାହିଁ” ।

Related Posts