ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ କିଛି ବିଦ୍ରୋହୀ ବିଧାୟକଙ୍କ କାର‌୍ୟ୍ୟାଳୟରେ ଆକ୍ରମଣ ପରେ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ସେପଟେ କ୍ଷତିଗ୍ରସ୍ତ ହୋଇଥିବା ଖବର ପାଇବା ପରେ ଅମ୍ରାବତୀର ସ୍ୱାଧୀନ ପ୍ରାର୍ଥୀ ନବନୀତ ରାଣା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଦାବି କରିଛନତି । ଶିନ୍ଦେ ଏବଂ ବହୁ ସଂଖ୍ୟକ ବିଧାୟକ ଜୁନ୍ ୨୧ ରେ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହର ପତାକା ଉତ୍ତୋଳନ କରିଥିଲେ, ବିଦ୍ରୋହୀ ଗୋଷ୍ଠୀର ମୁଖ୍ୟ ଦାବି ହେଉଛି ଯେ ସେନା ଶାସକ ଏମଭିଏରୁ ପ୍ରତ୍ୟାହାର କରନ୍ତୁ।

ନବନୀତ ରାଣା ଏକ ଭିଡିଓ ଶେୟାର କରି କହିଛନ୍ତି ରାଜ୍ୟରେ ଦାଦାଗିରି ବନ୍ଦ ହେବା ଉଚିତ । ଏଥିସହ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମହାରାଷ୍ଟ୍ରରେ ଦାଦାଗିରି, କ୍ଷମତାର ଅପବ୍ୟବହାରକୁ ରୋକିବା ସହ ସମ୍ବିଧାନକୁ ବଞ୍ଚିବାକୁ ନିବେଦନ କରିଛନ୍ତି । ଏତଦ ବ୍ୟତୀତ ବିଧାୟକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦିଆଯିବା ସହ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନବନୀତ ସ୍ୱରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ ଅନୁରୋଧ କରିଛନ୍ତି ।