ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଠାରୁ ପ୍ରସ୍ତୁତ ଆରମ୍ଭ କରିବାରେ ଲାଗିଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର କୁଲ୍ଲୁରେ କେଜ୍ରିୱାଲ ରୋଡ ଶୋ କରିଛନ୍ତି । ଏହି ଅବସରରେ ସେ ଜନତାଙ୍କୁ କହିଥିଲେ ଏତେ ଟାଣ ଖରାରେ ବି ଆପଣମାନେ ଆସିଥିବାରୁ ଧନ୍ୟବାଦ । ଯେମିତିକି ମୁଁ ଓ ମୋ ସାନ ଭାଇ ଭଗୱନ୍ତ କହିଥିଲେ ଆମେ ରାଜନୀତି କରିବାକୁ ଆସିନୁ । ଆମେ ଆନ୍ନା ଆନ୍ଦୋଳନରୁ ବାହାରିଛୁ । ଆମେ ଶପଥ ନେଇଥିଲୁ କି ଆମେ ଦେଶରୁ ଭ୍ରଷ୍ଟାଚାର ହଟାଇବୁ । ଆମେ ଆମର ହିଁ ମନ୍ତ୍ରୀଙ୍କୁ ହଟାଇଛୁ । ଭଗୱନ୍ତ ମାନ ତାଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଛନ୍ତି । କାହାକୁ ଜଣା ନଥିଲା କି ଜିରୋ ଟଲରାନ୍ସ ଅଛି । ନା ନିଜକୁ ଛାଡ଼ନ୍ତି ନା ଅନ୍ୟକୁ ।
ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ହିମାଚଳ ହଜାର କୋଟିର ବଜେଟ ରହିଛି । ହେଲେ ଏତେ ବର୍ଷ ହେଲା କିଛି ସ୍କୁଲ, କଲେଜ ଅବା ହସ୍ପିଟାଲତିଆରି ହୋଇ ନାହିଁ । ତେବେ ହଜାର କୋଟି କୁଆଡେ ଗଲା । ୫ ବର୍ଷ ଭାରତୀୟ ଜନତା ପାର୍ଟି ଓ ୫ ବର୍ଷ କଂଗ୍ରେସ ନିକଟରେ ଥିଲା । ହେଲେ ଦିଲ୍ଲୀରେ ଆମେ ସ୍କୁଲ ଗୁଡ଼ିକୁ ସୁନ୍ଦର କରି ଗଢିଛୁ । ଏବେ ଲୋକେ ପିଲାମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇଛନ୍ତି । ଆଜି ମୁଁ ରାଜନୀତି କରିବାକୁ ଆସି ନାହିଁ । ଯଦି ଆପଣମାନଙ୍କୁ ଲାଗୁଛି ବିଜେପି ଅବା କଂଗ୍ରେସ ଆପଣଙ୍କ ପିଲାମାନଙ୍କୁ ଭଲ ସ୍କୁଲ ଦେଇ ପାରିବେ ତେବେ ତାଙ୍କୁ ଆପଣମାନେ ଭୋଟ ଦିଅନ୍ତୁ । ଯଦି ଆପଣ ଦୁଇଟି ଯାକ ଦଳକୁ ଦେଖି ସାରିଛନ୍ତି ତେବେ ଆମକୁ ଥରେ ସୁଯୋଗ ଦିଅନ୍ତୁ ବୋଲି କେଜ୍ରିୱାଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
