ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା: ବୋଲେରୋ ଉପରେ ଓଲଟି ପଡ଼ିଲା ଟ୍ରକ୍‌, 6 ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଘଟିଛି ଏକ ମର୍ମତୁଦ ସଡ଼କ ଦୁର୍ଘଟଣା । ଏକ ବୋଲେରୋ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ବୋଲେରୋଟି ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳର ହୋଇଥିବା ବେଳେ ଆଜି ସକାଳୁ ସେମାନେ ଘାଟି ରାସ୍ତା ଦେଇ ଜାମସେଦପୁର ଅଭିମୁଖେ ଯାଉଥିଲେ । ୪୯ ନଂ ଜାତୀୟ ରାଜପଥ ର ବାଙ୍ଗିରିପୋଷି ଘାଟି ରାସ୍ତା ରେ ବୋଲେରୋଟି ଘାଟି ଉଠୁଥିବା ବେଳେ ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ଘାଟି ତଳକୁ ଓହ୍ଲାଉଥିଲା ।

ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ବୋଲେରୋ ଉପରେ ଓଲଟି ପଡ଼ିଥିଲା। ଫଳରେ ବୋଲେରୋ ଗାଡ଼ିରେ ଥିବା ଚାରିଜଣଙ୍କ ସମେତ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଏବଂ ପରେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ମେଡିକାଲ କଲେଜକୁ ପଠାଇ ଦିଆଯାଇଛି।

Related Posts