ଜରୁରୀ ପରିସ୍ଥିତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ, ନିର୍ବାଚନୀ ମଇଦାନରେ ୩ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାରେ ଜାରି ଅର୍ଥନୈତିକ ସଙ୍କଟ ଓ ଜାତୀୟ ଜରୁରୀ ପରିସ୍ଥିତି ମଧ୍ୟରେ ଆଜି ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ନିର୍ବାଚନ। ଶ୍ରୀଲଙ୍କାର ସସଂଦ ପ୍ରାୟ ୪୪ ବର୍ଷ ପରେ ପ୍ରଥମ ଥର ପାଇଁ ଆଜି ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ କରୁଛି । ଏହି ନିର୍ବାଚନରେ ଦେଖିବାକୁ ମିଳିଛି ତ୍ରିକୋଣୀୟ ଲଢେଇ। ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ବର୍ତ୍ତମାନ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଥିବା ରିନାଲ୍ ବିକ୍ରମସିଂଘେଙ୍କ ବ୍ୟତୀତ ଦୁଲ୍ଲାସ ଅଲହପ୍ପରୁମା ଓ ଅନୁରା କୁମାରା ଦିସାନାୟକେ ମଧ୍ୟ ଅବତୀର୍ଣ୍ଣ ହୋଇଛନ୍ତି ।

ନିର୍ବାଚନ ପୂର୍ବରୁ ଦୁଲ୍ଲାସ ଅଲହପ୍ପରୁମା ଓ ବିକ୍ରମସିଂଘେଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ଦୁଇଜଣ ନିଜର ପାର୍ଟିର ଅଧିକାଂଶ ନେତାଙ୍କ ବ୍ୟତୀତ ବିରୋଧୀଙ୍କ ସମର୍ଥନ ମଧ୍ୟ ପାଇଥିବା କଥା କୁହାଯାଉଛି । ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ୭୩ ବର୍ଷୀୟ ବ୍ରିକମସିଂଘେ ରାଷ୍ଟ୍ରପତି ଦୌଡ଼ର ଆଗରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସଂସଦରେ ବହୁତମ ହାସଲ କରିବା ତାଙ୍କ ପାଇଁ ଏତେ ସହଜ ନୁହେଁ ବୋଲି ମତ ପ୍ରକାଶ ପାଇଛି।

ସୂଚନା ଅନୁସାରେ ଦେଶରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ପାଇଁ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ବିରୋଧର ସମ୍ମୁଖୀନ ହୋଇ ଦେଶରୁ ପଳାୟନ କରିଥିଲେ। ପରେ ଏକ ନାଟକୀୟ ଘଟଣା କ୍ରମରେ ଗୋଟାବାୟା ଇସ୍ତଫା ଦେବା ପରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା। ଏହାପରେ ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।

Related Posts