ନୂଆଦିଲ୍ଲୀ:ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ ଦ୍ଵାରା ସର୍ମ୍ମନିତ ହେଲେ ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି ସମ୍ମାନ ଗ୍ରହଣ କରିଥିଲେ ନାଡେଲା।

ଆସନ୍ତା ଜାନୁଆରୀ ମାସରେ ଭାରତ ଗସ୍ତରେ ନାଡେଲା ଆସିବାର ଯୋଜନା ରଖିଥିବା ସୂଚନା ରହିଛି।

‘ପଦ୍ମ ଭୂଷଣ’ ସମ୍ମାନ ମିଳିବା ପରେ ନାଡେଲା କହିଛନ୍ତି, ଏହା ତାଙ୍କ ପାଇଁ ଗୌରବର ବିଷୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ସହ ମିଶି କାମ କରିବାକୁ ଚାହୁଁଛନ୍ତି। ଯାହା ଦ୍ବାରା ସେମାନେ ଅଧିକ ଟେକ୍ନୋଲୋଜି ହାସଲ କରିପାରିବେ। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତର କନସୁଲ୍ ଜେନେରାଲ୍ ଡକ୍ଟର ଟିଭି ନାଗେନ୍ଦ୍ର ପ୍ରସାଦ ଗତ ସପ୍ତାହରେ ନାଡେଲାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ପଦ୍ମ ଭୂଷଣ ଗ୍ରହଣ କରିବା ପରେ ନାଡେଲା କହିଛନ୍ତି, “ପଦ୍ମ ଭୂଷଣ ଗ୍ରହଣ କରିବା ଏବଂ ଅନେକ ଅସାଧାରଣ ବ୍ୟକ୍ତିଙ୍କ ସହ ସମ୍ମାନିତ ହେବା ଗୌରବର ବିଷୟ। ଏଥିପାଇଁ ମୁଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଭାରତବାସୀଙ୍କ ନିକଟରେ କୃତଜ୍ଞ।