ଭାରତରେ କୋଭିଡ଼ ସ୍ଥିତି ଦେଖି ମୁଁ ବ୍ୟଥିତ ; ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ସାମ୍ପ୍ରତିକ କରୋନା ସ୍ଥିତିକୁ ନେଇ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଦେଲା ଟୁଇଟ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଭାରତର ସାମ୍ପ୍ରତିକ ପରିସ୍ଥିତି ଦେଖି ମୁଁ ବ୍ୟଥିତ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ,” ମୁଁ କୃତଜ୍ଞ ଯେ ଆମେରିକା ସରକାର ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ” ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ” ମାଇକ୍ରୋସଫ୍ଟ ରିଲିଫ୍ କାର୍ଯ୍ୟରେ ସହାୟତା କରିବା ଏବଂ ଅମ୍ଳଜାନ ଉତ୍ପାଦନକାରୀ ଉପକରଣ କିଣିବାକୁ ମଧ୍ୟ ସାହାଯ୍ୟ କରିବ। ଏଥିପାଇଁ କମ୍ପାନୀ ତାହାର ସମସ୍ତ ଉତ୍ସ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଜାରି ରଖିବ। ” ଭାରତରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଟୋମୋବାଇଲ୍ କମ୍ପାନୀ ହେଉ କିମ୍ବା ଟେକ୍ନୋଲୋଜି କମ୍ପାନୀ, ସମସ୍ତେ ଭାରତକୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ କରୁଛନ୍ତି ।

ଭାରତକୁ କୋଭିଶିଲ୍ଡ୍ ଟୀକା ତିଆରି କରିବା ପାଇଁ ଆମେରିକା କଞ୍ଚାମାଲ ଯୋଗାଇବା ପାଇଁ ହାତ ବଢାଇଛି, ଏହା ପରେ ସତ୍ୟ ନାଡେଲା ଆମେରିକାର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ଟୁଇଟ୍ କରିଛନ୍ତି। ରବିବାର ଦିନ ହ୍ବାଇଟ ହାଉସ କହିଛି ଯେ ଆମେରିକାର ବିଡେନ ପ୍ରଶାସନ କରୋନା ମୁକାବିଲାରେ ଜରୁରୀକାଳୀନ ସହାୟତା ଯୋଗାଇବା ସହିତ ଭାରତୀୟ ଉତ୍ପାଦକଙ୍କୁ କଞ୍ଚାମାଲ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୫୨,୯୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୧୨ ଜଣଙ୍କର ମୃତ୍ୟୁ ଘଟିଛି ।

Related Posts