ଜୁନ ମାସରୁ ପିଡିଏସ କେନ୍ଦ୍ରଗୁଡ଼ିକରେ ମିଳିବନି ଗହମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ ମାସରୁ ପିଡିଏସ କେନ୍ଦ୍ରଗୁଡ଼ିକରେ ମିଳିବନି ଗହମ । ୨୦୦୭ ପରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗହମ ସଂଗ୍ରହ ସର୍ବନିମ୍ନ ରହିଛି । ଏଥିଯୋଗୁଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଦିଆଯାଉଥିବା ୨୪ ହଜାର ୭୦୦ ମେଟ୍ରିକ ଟନ୍ ଗହମ ଯୋଗାଣ ବନ୍ଦ କରାଯାଇଥିବା ଏଫସିଆଇ ସ୍ୱତ୍ରରୁ ସୂଚନା ମିଳିଛି । ଏହା ବଦଳରେ ରାଜ୍ୟକୁ ଚାଉଳ ମିଳିବ । ଏଥିଯୋଗୁଁ ଗହମ ପାଇଁ ପିଡିଏସ କେନ୍ଦ୍ର ଉପରେ ନିର୍ଭରଶୀଳ ୩ ଲକ୍ଷରୁ ଅଧିକ ଗ୍ରାହକ କ୍ଷତିଗ୍ରସ୍ତ ହେବେ ।

ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଏବଂ ୧୪ ପ୍ରତିଶତ ଗହମ ଯୋଗାଣ ହୁଏ । ଏଥିରେ ୨ଟି କାଟାଗୋରିରେ ଥିବା ସମୁଦାୟ ୩କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରିଥାଆନ୍ତି । ଓଡ଼ିଶା ଚାଉଳ ଉତ୍ପାଦନରେ ଆତ୍ମନିର୍ଭରଶୀଳ । ମାତ୍ର ରାଜ୍ୟରେ ଗହମ ଉତ୍ପାଦିତ ହେଉନଥିବାରୁ ସମୁଦାୟ ୨୪ ହଜାର ୭୦୦ ମେଟ୍ରିକ ଟନ୍ କେନ୍ଦ୍ର ଦେଇଥାଏ । ପଂଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦେଇଥାଏ । କିନ୍ତୁ କିଛି ଦିନ ତଳେ ଗହମ ବଦଳରେ ଚାଉଳ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ ।

Related Posts