ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ କଟକ ସହର: ମାଲଗୋଦାମରୁ ନକଲି ସସ୍ ଠାବ

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ ସହର । ଅନେକ ସମୟରେ ନକଲି ସାମଗ୍ରୀ ଜବତ ହେଉଥିବା ବେଳେ, ପୁଣି ଆଉ ଏକ ନକଲି ଜିନିଷ ଠାବ ହୋଇଛି ।

କଟକର ବାଣିଜ୍ୟିକ କେନ୍ଦ୍ର ମାଲଗୋଦାମରୁ ମିଳିଛି ନକଲି ସସ୍ । ସାରା ରାଜ୍ୟର ବ୍ୟବସାୟୀ ଓ ଗ୍ରାହକଙ୍କ ଏଠାରେ କିଣାବିକା ପାଇଁ ଭିଡ ଜମୁଥିବାବେଳେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଏଠାରେ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ସସ୍ ।

ମାଲଗୋଦାମରେ ଥିବା ଏହି ଅପମିଶ୍ରିତ ସସ୍ ଗୋଦାମରେ ଚଢାଉ କରିଛି ମାଲଗୋଦାମ ଥାନା ପୋଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ଏହି ଘଟଣାରେ ମାଲଗୋଦାମ ଥାନା ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ବିଶେଷକରି ଏହି ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ଅଛନ୍ତି ଏବଂ ଏହା ପ୍ରସ୍ତୁତ କରିବା ସାମଗ୍ରୀ କେଉଁଠୁ ଆସିଛି ସେନେଇ ତଥ୍ୟ ଓଗାଳୁଛି ପୋଲିସ ।ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରିଛି ପୋଲିସ। ମାଲଗୋଦାମ ଏବଂ ଏହାର ଆଖପାଖ ଦୋକାନରେ ବିକ୍ରୟ କରାଯାଉଥିଲା ଏହି ନକଲି ସସ । କେବେ ଠାରୁ ଏହା ପ୍ରସ୍ତୁତ କରାଯାଉଥିଲା ସେନେଇ ତଦନ୍ତ କରୁଛି ପୋଲିସ। ଏହି ବ୍ରାଣ୍ଡର ମଧ୍ୟ ଲାଇସେନ୍ସ ନଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରସ୍ତୁତ କରାଯାଉଥିବାବେଳେ ପୋଲିସ କାହିଁକି ଜାଣିପାରୁ ନଥିଲା ।

Related Posts