ଚାକିରି କରାଇଦେବାକୁ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା; ଗିରଫ ହେଲେ ୨ ଠକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚାକିରି କରାଇଦେବାକୁ କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । କମିଶନରେଟ୍ ପୋଲିସ ୨ଜଣ ପ୍ରଖ୍ୟାତ ଠକଙ୍କୁ ଗିରଫ କରିଛି । ଲୋକମାନଙ୍କୁ ଚାକିରି କରାଇ ଦେବାକୁ କହି ଠକିଥିଲେ ଲକ୍ଷ ଲକ୍ଷ ଟଙ୍କା । ଖବର ଅନୁଯାୟୀ, ବିଭିନ୍ନ ସଂସ୍ଥାରେ ଲୋକମାନଙ୍କୁ ଚାକିରି କରାଇଦେବାକୁ କହି ଅନେକ ସମୟରେ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ ଏହି ଠକ ।ଦୀର୍ଘଦିନ ହେଲା ଏହି ଠକମାନଙ୍କୁ ଖୋଜୁଥିଲା ପୋଲିସ । ଶେଷରେ ଆଜି ଖାରବେଳ ଥାନା ଅଞ୍ଚଳରୁ ଜଣେ ଠକକୁ ଗିରଫ କରିଛି ପୋଲିସ ।

ଖାରବେଳନଗର ଥାନା ଅଞ୍ଚଳର ଦେବୀ ପ୍ରସାଦ ବିଶ୍ବାଳ ଗିରଫ ହୋଇଛନ୍ତି । ଏହାସହ ଇନଫୋସିଟି ଥାନା ନନ୍ଦନବିହାର ଅଞ୍ଚଳର ଶୁଭେନ୍ଦୁ ଜେନାକୁ ଗିରଫ କରିଛି ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ୫୮ଟି ନକଲି ଷ୍ଟାମ୍ପ, ବିଭିନ୍ନ ସଂସ୍ଥାର ନକଲି ନିଯୁକ୍ତି ପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରିଛି ଖାରବେଳନଗର ଥାନା ପୋଲିସ । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Related Posts