ନଭେମ୍ବର ୧୮ରୁ ଶୀତ ଅଧିବେଶନ

ନୂଆଦିଲ୍ଲୀ: ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧୩ ଯାଏ ଚାଲିବାକୁଥିବା ଅଧିବେଶନ କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରିବାକୁ ଯୋଜନା କରିଥିବା ବେଳେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଏବଂ ଜାମ୍ମୁ ଓ କାଶ୍ମୀର ସ୍ଥିତିକୁ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।  ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଉଭୟ ଲୋକସଭା ଓ ରାଜ୍ୟସଭାର ସଚିବମାନଙ୍କୁ ଅବଗତ କରାଇଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ତାରିଖ ଏବଂ ରଣନୀତି ସମ୍ପର୍କରେ ଆଲୋଚନା ପାଇଁ ଅକ୍ଟୋବର ୧୦ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ କ୍ୟାବିନେଟ୍‌ କମିଟି ଅନ୍‌ ପାର୍ଲାମେଣ୍ଟାରି ଆଫେୟାର୍ସର ବୈଠକ ବସିଥିଲା ।

Related Posts