୧୧ ପ୍ରସ୍ତାବକୁ ମିଳିପାରେ କ୍ୟାବିନେଟ ମୋହର

ଭୁବନେଶ୍ୱର: ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ରହିଛି । କ୍ୟାବିନେଟ୍ ବୈଠକରେ ଓଡ଼ିଶା ହିନ୍ଦୁ ରିଲିଜିୟସ୍ ଏଣ୍ଡାଓମେଣ୍ଟ ଆକ୍ଟରେ ସଂଶୋଧନ, ଓଡ଼ିଶା ଶ୍ରମ ଆଇନରେ ସଂଶୋଧନ, ୧୯ଟି ଶିକ୍ଷାନୁଷ୍ଠାନକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ହସ୍ତାନ୍ତର ଏବଂ ୫ଟି ଜିଲ୍ଲାକୁ ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରି ମିଳିବା ସମ୍ଭାବନା ରହିଛି । ସେହିପରି ଓଡ଼ିଶା ଜଳସମ୍ପଦ ବିଭାଗରେ ମୁଖ୍ୟଯନ୍ତ୍ରୀସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମିନିଷ୍ଟ୍ରିଆଲ୍ ସର୍ଭିସ୍ ରୁଲ୍ ପ୍ରଣୟନ, ଓଡ଼ିଶା ସଚିବାଳୟ ସେବା କ୍ୟାଡର ରୁଲ୍‌ରେ ସଂଶୋଧନ, ଅନୁସୂଚିତ ଜାତି ଓ ଜନଜାତି, ଓବିସି ଓ ଏସଇବିସି ବର୍ଗର ଜାତିଗତ ପ୍ରମାଣପତ୍ର ଏବଂ ଆୟକର ପ୍ରମାଣପତ୍ର ପାଇଁ ଆବେଦନ ଫି ଓ ୟୁଜର୍ସ ଫି’କୁ ଉଚ୍ଛେଦ କରାଯିବା ପାଇଁ ରାଜସ୍ୱ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମିଳିପାରେ ।

Related Posts