ପାକିସ୍ତାନ ସେନାର ନିଖୋଜ ହେଲିକପ୍ଟର କ୍ରାସ: 6 ଯବାନଙ୍କ ମୃତ୍ୟୁ

ଇସଲାମାବାଦ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ବାଲୁଚିସ୍ତାନରେ ବନ୍ୟା ରିଲଫ କାର୍ଯ୍ୟରେ ନିୟୋଜିତ ଥିବା ପାକିସ୍ତାନ ସେନାର ନିଖୋଜ ହେଲିକପ୍ଟରର ସନ୍ଧାନ ମିଳିଛି । ନିଖୋଜ ହେଲିକପ୍ଟର କ୍ରାସ ହୋଇଯାଇଥିବା ନେଇ ସୂଚନା ମିଳିଛି । ଏଥିରେ 6 ପାକ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପାକିସ୍ତାନ ସେନା ।

ମୃତକଙ୍କ ମଧ୍ୟରେ ଜଣେ ସିନିୟର କମାଣ୍ଡର ମଧ୍ୟ ରହିଛନ୍ତି । ଗତକାଲି ଏହି ହେଲିକପ୍ଟରଟି ନିଖୋଜ ହୋଇଯାଇଥିଲା । ହେଲିକପ୍ଟରରେ ଥିବା ସମସ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆଜି ଆନୁଷ୍ଠାନିକ ଭାବେ ପାକିସ୍ତାନ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତକାଲି ପାକିସ୍ତାନର ଦକ୍ଷିଣ-ପଶ୍ଚମାଞ୍ଚଳରେ ଥିବା ବାଲୁଚିସ୍ତାନରେ ବନ୍ୟା ରିଲିଫ କାର୍ଯ୍ୟରେ ଉକ୍ତ ହେଲିକପ୍ଟରଟି ନିୟୋଜିତ ହୋଇଥିଲା । ତେବେ ଗତକାଲି ମଧ୍ୟରାତ୍ରୀ ପରେ ରାଡାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ନିଖୋଜ ହେଲିକପ୍ଟରକୁ ଠାବ କରିବା ପାଇଁ ବୈଷୟିକ ପ୍ରଚେଷ୍ଟା ଜାରି ରହିଥିବା ବେଳେ ତାହା ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଛି । ସେଥିରେ ଜଣେ କମାଣ୍ଡରସ୍ତରୀୟ ଅଧିକାରୀଙ୍କ ସମେତ ମୋଟ 6 ପାକିସ୍ତାନୀ ସେନା ଯବାନ ନିୟୋଜିତ ଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

Related Posts