ଅଣ୍ଟା ଭିଡ଼ିଲା ଆମ୍ ଆଦମୀ ପାର୍ଟି: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ କଲା ପ୍ରାର୍ଥୀ ଘୋଷଣା

ଗୁଜୁରାଟ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭୀଡିଛି ଆପ । ତେବେ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନଥିବା ବେଳେ, କିନ୍ତୁ ଆପ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଶାସକ ବିଜେପିକୁ ଟକ୍କର ଦେବାକୁ ଏବେ ଠାରୁ ଅଣ୍ଟାଭିଡିଛି ଆମ୍ ଆଦମୀ ପାର୍ଟି । ଏନେଇ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ଗୁଜରାଟା ୧୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।

କହିରଖୁ କି ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ଏଥର ଟକ୍କର ଦେବ ଆମ୍ ଆଦମୀ ପାର୍ଟି । ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ ଗୁଜରାଟ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ସମୟରେ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଲୋକଙ୍କୁ ପ୍ରତିଶ୍ରୁତି ବାଣ୍ଟିଛନ୍ତି କେଜ୍ରିୱାଲ । ସେ କହିଛନ୍ତି କି ଗୁଜରାଟରେ ଆପ୍ ସରକାର ଗଠନ ହେଲେ ବେରୋଜଗାରଙ୍କୁ ରୋଜଗାର ପ୍ରଦାନ କରାଯିବ । ଯେଉଁମାନଙ୍କୁ ରୋଜଗାର ଦେବାରେ ସରକାର ବିଫଳ ହେବେ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ବେରୋଜଗାରୀ ଭତ୍ତା ପ୍ରଦାନ କରାଯିବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ‘ମାଗଣା ରାବିଡ’କୁ ନେଇ କେଜ୍ରିୱାଲ କହିଛନ୍ତି କି ଗରିବ ଲୋକଙ୍କ ସରକାର କିଛି ମାଗଣା ଦେବାରେ ଯେଉଁମାନଙ୍କୁ ବାଧୁଛି ସେହିମାନେ କେବଳ ତାଙ୍କର କେତକ ହାତଗଣତି ବନ୍ଧୁଙ୍କୁ ସରକାରୀ ରାଜକୋଷରୁ ମାଗଣା ରାବିଡି ବାଣ୍ଟିଚାଲିଛନ୍ତି । ହେଲେ କେଜ୍ରିୱାଲ ଦେଶର ନାଗରିକଙ୍କୁ ମାଗଣା ରାବିଡି ବାଣ୍ଟିବାକୁ ସ୍ଥିର କରିଛନ୍ତି ।

Related Posts