ଋଷ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ, ଏବେ ସେଠାକାର ସ୍ଥିତି ଜଟିଳ ହୋଇପଡିଛି । ପ୍ରତି ମୁହୂର୍ତ୍ତରେ ବୋମା ମାଡ଼ ହୋଇଛି । ଯାହା ଫଳରେ ଏବେ ୟୁକ୍ରେନର ସ୍ଥିତି ଜଟିଳ ଆଡ଼କୁ ଗତି କରୁଛି । ସେପଟେ ୟୁକ୍ରେନ ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ସରକାରଂକ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ଥିବା ଅପରେସନ ଗଙ୍ଗାକୁ ତୁରନ୍ତ ସମାପ୍ତ କରିବାରେ ବିଳମ୍ବରେ ହେଲେ ସେଠାରେ ଭାରତୀୟଙ୍କ ସୁରକ୍ଷା ନେଇ ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ଏପରି ସ୍ଥଳେ ଉଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାରେ ଲାଗିଛି ଭାରତ । ଆଜି ଭାରତୀୟ ବାୟୁସେନାର 3 ବୃହତ ପରିବହନ ବିମାନ ଗ୍ଲୋବମାଷ୍ଚର C-୧୭ ଅପରେସନରେ ସାମିଲ ହୋଇ ୟୁକ୍ରେର ପଡୋଶୀ ଦେଶକୁ ଉଡାଣ ଭରିଥିବା ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ସନ୍ଦୀପ ସିଂ (ବୁଧବାର) କହିଛନ୍ତି।

ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ୯ ବିମାନ । ବିମାନମାର୍ଶଲ ସିଂ,କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତିନୋଟି ସି -17 ବିମାନରେ ରିଲିଫ ସାମଗ୍ରୀ ୟୁକ୍ରେନ ପାଇଁ ପଠାଯାଇଛି । ଏହି ୩ ଟି ବିମାନ ତମ୍ବୁ, କମ୍ବଳ ଏବଂ ଅନ୍ୟାନ୍ୟ ମାନବିକ ସହାୟତା ସାମଗ୍ରୀ ଧରି ଗାଜିଆବାଦର ହିଣ୍ଡନ ଏୟାରବେସରୁ ଉଡାଣ ଭରିସାରିଛନ୍ତିି । ପୂର୍ବ ୟୁରୋପୀୟ ଦେଶ ରୋମାନିଆ, ପୋଲାଣ୍ଡ ଏବଂ ହଙ୍ଗେରୀରୁ ଅପରେସନ ଗଙ୍ଗାକୁ ଜାରି ରଖିଛନ୍ତି ଭାରତ । ସେଠାକାର ଏକାଧିକ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସଜେଟ ଇଣ୍ଡିଗୋ ଓ ଭାରତୀୟ ବାୟୁସେନା ବିମାନ ମାଧ୍ୟମରେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସ୍ବଦେଶ ଅଭିମୁଖେ ଅଣାଯାଉଛି ।ସେହିପରି ଆସନ୍ତାକାଲି (ଗୁରୁବାର) ୟୁକ୍ରେନର ଏକାଧିକ ପଡୋଶୀ ରାଷ୍ଟ୍ରରୁ ୯ ବିମାନରେ ଭାରତୀୟ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବେ । ଏହି ୯ ବିମାନରେ ମୋଟ ୧୮ଶହ ଭାରତୀୟ ଛାତ୍ର ସ୍ବେଦେଶ ଫେରିବେ ।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ମୋଟ ୧୬ ବିମାନରେ ଭାରତୀୟଙ୍କୁ ନିଜ ଦେଶ କୁ ଫେରିପାରିଛନ୍ତି ।