ଅଶୋଧିତ ତୈଳ ଉପରେ ୟୁକ୍ରେନ ଏବଂ ଋଷର ଯୁଦ୍ଧ ପ୍ରଭାବ: ଆସନ୍ତା ସପ୍ତାହରୁ ଦେଶରେ ବଢିବ ପେଟ୍ରୋଲ ଏବଂ ଡିଜେଲ ଦର

ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ର ପ୍ରଭାବ ଏବେ ବିଶ୍ଵ ଅର୍ଥନୀତି ଉପରେ ପଡ଼ିଛି । ଯାହାର ପରିଣାମ ସ୍ବରୂପ ତୈଳ ଦର ବୃଦ୍ଧି ପାଉଛି। ଭାରତରେ ଆସନ୍ତା ସପ୍ତାହରୁ ପେଟ୍ରୋଲ ଏବଂ ଡିଜେଲ ଦାମ୍‌ ବଢିବା ନେଇ ଆଶଂକା ଦେଖା ଦେଇଛି । ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇ ୭ ବର୍ଷ ପରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି କ୍ରୁଡ୍‌ ଅଏଲ୍‌ ଦାମ । ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ଆସନ୍ତା ସପ୍ତାହରୁ ପଡିପାରେ ।

ଏହା ସହିତ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦାମ ବଢିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଲାଣି । ତେଣୁ ଭାରତରେ ଆସନ୍ତା ସପ୍ତାହରେ ତୈଳ ଦର ବୃଦ୍ଧି ହେବା ଆଶଙ୍କା ଅଧିକ ।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ମାସରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେତେବେଳେ କ୍ରୁଡ୍‌ ଅଏଲ୍ ବ୍ୟାରେଲ ପିଛା ଥିଲା ୮୧.୫ ଡଲାର । ଏବେ କିନ୍ତୁ ତାହା ବୃଦ୍ଧି ପାଇ ୧୧୦ ଡଲାରରେ ପହଞ୍ଚିଗଲାଣି । ଏପଟେ କ୍ରୁଡ୍‌ ଅଏଲ୍‌ ଦାମ ବୃଦ୍ଧି ଘଟିବା ଫଳରେ ତୈଳ କମ୍ପାନୀମାନେ ବ୍ୟାପକ କ୍ଷତି ସହୁଛନ୍ତି ।

Related Posts