ଚାଷୀଙ୍କ ଧାନ କଟନୀ ଝଟନୀ ବନ୍ଦ ଦାବିରେ ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ କଲେ ବିଧାୟକ

କଣ୍ଟାବାଞ୍ଜୀ : ତୁରେକେଲା ପେକ୍ସରେ ଚାଷୀଙ୍କ ଧାନ କଟନୀ ଝଟନୀ ହେଉଥିବା ନେଇ ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଏନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ତେବେ ଆଜି ବିଧାୟକ ପେକ୍ସ ପରିଦର୍ଶନ କରିବା ସହ ଏହି ଅଭିଯୋଗର ସତ୍ୟତା ଜାଣିଥିଲେ ।

ପେକ୍ସରେ କଟନୀ ଝଟନୀ ହେଉଥିବା ବେଳେ ମିଲର୍ସ ମାନେ ଚାଷୀଙ୍କ ଠାରୁ ଧାନ କିଣୁ ଥିବା ବିଧାୟକ କହିଛନ୍ତି । କଟନୀ ଝଟନୀ ବନ୍ଦ ଦାବି କରି ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବିଧାୟକ ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଁଚିବେ ନାହିଁ ରାସ୍ତା ରୋକ ହଟିବ ନାହିଁ ବୋଲି ବିଧାୟକ କହିଛନ୍ତି ।

Related Posts