Man Vs Wild ରେ ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ଜେଲେନସ୍କି

ନୂଆଦିଲ୍ଲୀ : Man Vs Wildର ଉପସ୍ଥାପକ ବେୟର୍ ଗ୍ରିଲ୍ସଙ୍କ ସହ ନଜର ଆସିବେ ୟୁକ୍ରେନ ରାଷ୍ଟ୍ରପତି ବୋଲଦିମିର୍ ଜେଲେନସ୍କି । ନିକଟରେ ବେୟର୍ ଗ୍ରିଲ୍ସ ବୋଲଦିମିର୍ ଜେଲେନସ୍କିଙ୍କ ସହ ସାକ୍ଷାତ ପରେ ଜେଲେନସ୍କିଙ୍କ ଜଙ୍ଗଲ ବୁଲିବା କଥା ସାମ୍ନାକୁ ଆସିଛି ।

ଜେଲେନସ୍କିଙ୍କ ସହ ବେୟର୍ ଗ୍ରିଲ୍ସ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ଚଳିତ ସପ୍ତାହରେ ମୁଁ ୟୁକ୍ରେନ୍ ରାଜଧାନୀ କିଭ୍ ଯାତ୍ରା କରିଥିଲି । ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ପାଇଥିଲି । ଯେତିକିବି ସମୟ ଜେଲେନସ୍କିଙ୍କ ସହ ବିତାଇଲି ତାହା ମୋ ପାଇଁ ଏକ ସ୍ମରଣୀୟ ଅନୁଭବ ରହିବ ।

ବେୟର୍ ଗ୍ରିଲ୍ସ ଆହୁରି ମଧ୍ୟ କହିଛନ୍ତି କି, ମ୍ୟାନ ଭରସେସ୍ ୱାଇଲ୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ବିଶ୍ୱ ଜେଲେନସ୍କିଙ୍କ ସଂପର୍କରେ ଅନେକ କଥା ଜାଣିବେ । ଗ୍ରିଲ୍ସ ଆହୁରି କହିଛନ୍ତି ଜେଲେନସ୍କିଙ୍କ ସହ କଥାବାର୍ତ୍ତା ମଧ୍ୟରେ ମୁଁ ଜାଣିବାକୁ ପାଇଥିଲି ଯେ, ୟୁକ୍ରେନ୍ କେତେ କଠିନତାର ସହ ଯୁଦ୍ଧ ମୁକାବିଲା କରୁଛି । ସାକ୍ଷାତକାର ସମୟରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ମୁଁ ଯୁଦ୍ଧ ମୁକାବିଲା ବିଷୟରେ ପଚାରିଥିଲି । ସେ କେମିତି ଋଷ ସହ ମୁକାବିଲା କରୁଛନ୍ତି ଏହା ମଧ୍ୟ ପଚାରିଥିଲି । ଜେଲେନସ୍କି ଉତ୍ତରରେ ଯାହା କହିଲେ, ତାହା ଶୁଣି ମୋ ଲୋମ ଟାଙ୍କୁରି ଉଠିଥିଲା ।

ସବୁଠୁ ବଡ କଥା ହେଲା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବି ଜେଲେନସ୍କି ଯେଉଁଭଳି ଭାବରେ ଅତିଥି ସତକାର କଲେ ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ । ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଆଉ କଠିନ ପରିସ୍ଥିତିର ମୁକାବିଲା କରିବାର ସାହସ ଦେବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ।

Related Posts