ବିଧାୟକ ମାନଙ୍କର ଦରମା ବୃଦ୍ଧି ପ୍ରସଙ୍ଗ; ବସିଲା ପ୍ରଥମ ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ବିଧାନସଭାର ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କର ଦରମା, ପେନ୍‌ସନ୍ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାନସଭାରେ ବସିଛି ପ୍ରଥମ ପରାମର୍ଶଦାତା କମିଟି ବୈଠକ । କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦରମା ବୃଦ୍ଧି ନେଇ ବିସ୍ତୃତ ଆଲୋଚନା ହୋଇଛି ।ପରବର୍ତ୍ତୀ ବୈଠକରେ ସଂସଦୀୟ ବ୍ୟାପାର ବିଭାଗକୁ ସଂଶ୍ଳିଷ୍ଟ କରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ତର୍ଜମା ପରେ ବାଚସ୍ପତିଙ୍କୁ କମିଟି ରିପୋର୍ଟ ଦେବ ।
ଶୁକ୍ରବାର ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ବିଧାନସଭାର ସଦସ୍ୟ ଓ ପୂର୍ବତନ ସଦସ୍ୟଙ୍କର ଦରମା, ପେନ୍‌ସନ୍ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଥିଲା । ଏସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ୍ ଅଧିବେଶନରେ ଏକ ୧୧ ଜଣିଆ ପରାମର୍ଶଦାତା କମିଟି ଗଠନ କରିଥିଲେ ।ତଦନୁଯାୟୀ କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷ ହୋଇଛି । ଏହି ବୈଠକରେ ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କର ପେନ୍‌ସନ୍ ଓ ଅନ୍ୟାନ୍ୟ ଭତ୍ତା ବାବଦରେ ଆଲୋଚନା ହୋଇଛି । ପରବର୍ତ୍ତୀ ବୈଠକରେ ସଂସଦୀୟ ବ୍ୟାପାର ବିଭାଗକୁ ସଂଶ୍ଳିଷ୍ଟ କରି ଅନ୍ୟାନ୍ୟ ପ୍ରସଙ୍ଗଉପରେ ଆଲୋଚନା କରାଯିବ ।

ଆବଶ୍ୟକ ସ୍ଥଳେ କମିଟି ଅନ୍ୟାନ୍ୟ ରାଜ୍ୟର ବିଧାନସଭା ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କୁ ମିଳୁଥିବା ଦରମା, ପେନ୍‌ସନ୍ ଏବଂ ଅନ୍ୟାନ୍ୟ ଭତ୍ତା ବିଷୟରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ. ନୃସିଂହଚରଣ ସାହୁ ଏବଂ ମକରନ୍ଦ ମୁଦୁଲିଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Related Posts