ବାସୁଦେବପୁରରେ ଏକ ଆଲମିରା କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ରୋଡ୍ ଦେଉଳି ଛକରେ ଥିବା ଆରତି ଫେବ୍ରିକେସନ ନାମକ ଆଲମିରା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ସେଣ୍ଟରରେ ଥିବା ଷ୍ଟିଲ ଆଲମିରା ସହ ପ୍ଲାଏ,ଡ୍ରେସିଂ ଟେବୁଲ ଓ ଆଲଣା ଆଦି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହେଇଯାଇଛି। ହେଲେ କୌଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ।ବାସୁଦେବପୁର ଅଗ୍ନିଶମ ବିଭାଗର ୨ଟି ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ବିଦ୍ୟୁତ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ହଠାତ୍ ଏହି ଆଲମାରୀ କାରାଖାନାରେ ନିଆଁ ଲାଗିଯାଇଥିଲା। କାରାଖାନାରେ କାମ କରୁଥିବା କର୍ମଚାରୀ ନିଆଁ ଲାଗି ଯାଇଥିବା ଦେଖିବାହାରକୁ ଦୌଡି ପଳାଇ ଆସିଥିଲେ ଓ ଏହା ସହ ବାସୁଦେବପୁର ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ନିଆଁର ପ୍ରକୋପ ଏତେ ଥିଲା ଯେ ସଙ୍ଗେ ସଙ୍ଗେ କାରାଖାନାରର ଚାରିଆଡ଼େ ବ୍ୟାପୀ ଯାଇଥିଲା।

Related Posts