ମୋଦି ଫୋନ କରିଥିଲେ, କେବଳ ନିଜ କଥା କହିଲେ, ମୋ କଥା ଶୁଣିଲେନାହିଁ; ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର କୋଭିଡ ସ୍ଥିତି ସମ୍ପର୍କରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ କଥା ହୋଇଥିଲେ। ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ସୋରେନ କଥା ହେବାର ପରେ କହିଥିଲେ ମୋଦି ଫୋନ କରିଥିଲେ, କେବଳ ନିଜ କଥା କହିଲେ, ମୋ କଥା ଶୁଣିଲେନାହିଁ । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ସେମାନଙ୍କ ରାଜ୍ୟରେ କୋଭିଡ ସମ୍ବନ୍ଧୀୟ ପରିସ୍ଥିତି ସମ୍ପର୍କରେ କଥା ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ ସେ ପୁଡୁଚେରୀ ଏବଂ ଜାମ୍ମୁ କାଶ୍ମୀରର LG ଙ୍କ ସହିତ ମଧ୍ୟ କଥା ହୋଇଥିଲେ। ଝାଡଖଣ୍ଡର ସିଏମଙ୍କ କହିଛନ୍ତି “ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟର ଅବସ୍ଥା ତଥା ସମ୍ବଳ ଏବଂ ରାଜ୍ୟର ଆବଶ୍ୟକତା ବିଷୟରେ କିଛି ପଚାରି ନାହାଁନ୍ତି। ଆବଶ୍ୟକ ଔଷଧ ପାଇବା ପାଇଁ ରାଜ୍ୟ ସଂଘର୍ଷ କରିଆସୁଛି। ସେ କେବଳ ଆଗକୁ ନିଜ କଥା କହିଲେ” । ପ୍ରବାସୀ ଶ୍ରମିକଙ୍କ ସମେତ ଅନେକ ସମସ୍ୟାର ସମାଧାନକୁ ନେଇ ମୁଖ୍ୟମନ୍ତ୍ରୀ ଆଗରୁ କେନ୍ଦ୍ରକୁ ସମାଲୋଚନା କରିଥିଲେ। କେନ୍ଦ୍ରର ଘୋଷଣାନାମାରେ ଝାଡଖଣ୍ଡକୁ ଅଣଦେଖା କରାଯାଇଛି ବୋଲି ପ୍ରକାଶ କରାଯାଇଛି । ମେ ୩ ରେ, ମେଡିକାଲ୍ ଅମ୍ଳଜାନର ସୁଗମ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଦେଶର ୫୮୧ ଟି ସ୍ଥାନରେ ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ଅତିରିକ୍ତ ଆଡସର୍ପସନ୍ ମେଡିକାଲ୍ ଅମ୍ଳଜାନ ଉତ୍ପାଦନ କାରଖାନା କ୍ରୟ କିମ୍ବା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂତ୍ରରୁ ପ୍ରକାଶ ଯେ ଝାଡଖଣ୍ଡ ଏହି ତାଲିକାରେ ନାହିଁ।

Related Posts