
ସତ୍ୟପାଠ ବ୍ୟୁରୋ, ୨୩/୦୫: ମୋଦି ସରକାର ବିରୁଦ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ରବିବାର ଦିନ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ଚାପିବା ପାଇଁ ଷ୍ଟାଡିୟମଗୁଡିକୁ ଜେଲରେ ପରିଣତ କରି ଚାଷୀଙ୍କୁ ସେଇଠାରେ ବନ୍ଦୀ କରି ରଖିବାର ଯୋଜନା କରିଥିଲେ କେନ୍ଦ୍ର ସରକାର।
କେବଳ ପଞ୍ଜାବ କିମ୍ବା ହରିୟାଣାର ଚାଷୀଙ୍କ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଏହି ଚାଷୀଙ୍କ ଆନ୍ଦୋଳନ ଥିଲା। ସେମାନଙ୍କୁ ଗିରଫ କରିବା ପାଇଁ କେନ୍ଦ୍ର ସରକାର ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଏଥିପାଇଁ ଅନୁମତି ଦେଇ ନ ଥିଲି। କେଜ୍ରିୱାଲ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆର ଙ୍କ ସହ ପଞ୍ଜାବ ସି ଏମ ଭଗଵନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମେ ଗଲୱନ୍ ଘାଟିରେ ଚୀନ ସହ ଲଢେଇ କରି ସହୀଦ ହୋଇଥିବା ସୈନ୍ୟ ଙ୍କ ସହ ଗତ ବର୍ଷ ଚାଷ ଆଇନ ପ୍ରଣୟନ ସମୟରେ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ୍ୟୁ ବରଣ କରିଥିବା କୃଷକଙ୍କ ସମ୍ପର୍କୀୟଙ୍କୁ₹ 3 ଲକ୍ଷ କ୍ଷତିପୂରଣ ପ୍ରଦାନ କରାଯାଇଥିଲା। କେଜ୍ରିୱାଲ ମଧ୍ୟ ତେଲେଙ୍ଗାନା ସିଏମ କୃଷକ ପଦକ୍ଷେପରେ ଧନ୍ୟବାଦ ଅର୍ପଣ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ଏପରିକି ମୁଁ ଏକ ଆନ୍ଦୋଳନ ମଧ୍ୟରୁ ବ ଆସିଛି – ଆନ୍ନା ଆନ୍ଦୋଳନ। ସେତେବେଳେ ସରକାର ମଧ୍ୟ ସମାନ କାର୍ଯ୍ୟ କରିଥିଲେ। ମୁଁ ମଧ୍ୟ କିଛି ଦିନ ଷ୍ଟାଡିୟମରେ ରହିଥିଲି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କୃଷକ ନେତା ରାକେଶ ଟିକାଇଟ୍ ମଧ୍ୟ ଉପସ୍ଥିତ ଥିଲେ |
ରବିବାର ଦିନ ଦୁଇ ଆଞ୍ଚଳିକ ଦଳ – ଆମ୍ ଆଦମୀ ପାର୍ଟି (AAP) ଏବଂ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ର ନେତୃତ୍ୱ ନେଉଥିବା ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ମହତ୍ତ୍ଵ ରଖୁଛି। ଆଗାମୀ 2024 ଲୋକସଭା ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଏହି ରାଜନୈତିକ ସମୀକରଣ କୁ ଚର୍ଚ୍ଚା ଚାଲିଛି।