ଆସନ୍ତା ୬ରେ ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର,01/05(ସତ୍ୟପାଠ ବ୍ୟୁରୋ): ଆସନ୍ତା ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେହିପରି ବ୍ରହ୍ମପୁରରେ ଜନସଭାରେ ସମ୍ବୋଧିତ କରିବା ପରେ ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ବିଗୁଲ ବଜାଇ ସାରିଛନ୍ତି ।

Related Posts