ମେ’ ୧୦ରେ ଭୁବନେଶ୍ୱରରେ ମୋଦି କରିବେ ରୋଡ୍‌ ସୋ’

ଭୁବନେଶ୍ୱର,୦୪/୫(ସତ୍ୟପାଠ ବ୍ୟୁରୋ):     ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମୋଦି ଆସନ୍ତା ୧୦ ତାରିଖ ଦିନ ଭୁବନେଶ୍ୱରରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତା ୧୧ ତାରିଖ ଦିନ ବଲାଙ୍ଗୀର ସାଧାରଣ ସଭାରେ ଯୋଗଦେବେ।

ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର। ଲଗାତାର କେନ୍ଦ୍ରର ହେବିଓ୍ବେଟ ନେତାମାନେ ଓଡ଼ିଶା ଗସ୍ତ କରି ହାଇଭୋଲଟେଜ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ।

ସେହିପରି ଆସନ୍ତାକାଲି ରାତିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି ରାତି ୯.୩୦ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ପହଞ୍ଚିବେ। ଏଥିସହ ଭୁବନେଶ୍ବରରେ ମଧ୍ୟ ରାତ୍ରୀଯାପନ କରିବେ ବୋଲି ଜଣାପଡିଛି। ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଏକ ସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Related Posts